Posted inଜାତୀୟ

ଅର୍ଥମନ୍ତ୍ରୀ ଏ ଶୀତଋତୁରେ ଲୋକଙ୍କ ଉପରେ ଥଣ୍ଡାପାଣି ଢାଳିଦେଲେ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକ ସଭାରେ ୨୦୨୪ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା  ସୀତାରମଣଙ୍କ ଷଷ୍ଠ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବାର୍ଷିକ ବଜେଟ୍‌। ଏହି ବଜେଟ୍‌କୁ ନେଇ ବିରୋଧୀମାନେ ନାନା ସମାଲୋଚନା କରିଛନ୍ତି।

ଶିବସେନା ଦଳର ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ଅର୍ଥମନ୍ତ୍ରୀ ଏହି ଶୀତଋତୁରେ ଦେଶର ଲୋକଙ୍କ ଆଶା ଉପରେ ଥଣ୍ଡାପାଣି ଢାଳିଛନ୍ତି। ଗରିବ, ଯୁବକ ଏବଂ ମହିଳାଙ୍କ ପାଇଁ କିଛି କରାଯାଇ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ-ମେ’ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନୂଆ ସରକାର ଗଠନ ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ। ଭାରତରେ ଆର୍ଥିକ ବର୍ଷ ଏପ୍ରିଲ ୧ରେ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ବିମାନରେ ବୋମା ଅଛି… ଏମିତି ଏକ ମିଛ କଲ ପାଇଁ ଖର୍ଚ୍ଚ ହୋଇଥାଏ ୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଗତ କିଛି ଦିନ ହେବ ଦେଶରେ କେତେଜଣ ଅଜଣା ଅପରାଧୀ ବିମାନରେ ବୋମା ଲଗାଯାଇଥିବା ମିଥ୍ୟା କଲ କରି ବିମାନ କମ୍ପାନୀଗୁଡିକ ପାଇଁ ବ୍ୟାପକ...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri