Categories: ଜାତୀୟ

ଅର୍ଥମନ୍ତ୍ରୀ ନେଲେ କରୋନା ଟିକା

ଓ୍ବାୟନାଡ଼,୪।୩: କରୋନା ଟିକାର ସାର୍ବଜନୀକ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଟିକା ନେଇଛନ୍ତି। ସେ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଫୋର୍ଟିସ୍‌ ହସ୍ପିଟାଲରେ ପହଞ୍ଚି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କୁ ଟିକାଦାନ କରିଥିବା ସିଷ୍ଟର ରାମୟା ପିସିଙ୍କକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ଅର୍ଥମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ସେ ଭାରତରେ ବାସକରୁଥିବା ନିଜକୁ ଭାଗ୍ୟବତୀ ମନେ କରୁଛନ୍ତି। ଭାରତରେ ବିକାଶ ଏବଂ ପ୍ରସାରଣ ତ୍ୱରିତ ବେଗରେ ହେଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଟିକା ନେଇଥିଲେ।

Share