ଦ୍ୱାଦଶାହରେ ରାଣୀ ଭି.ସୁଜ୍ଞାନ କୁମାରୀଙ୍କ ଫଟୋ ଥିବା ଡାକ ଟିକେଟ୍‌ ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ

ଖଲ୍ଲିକୋଟ,୨୦।୨(ପ୍ରଶାନ୍ତ କୁମାର ମିଶ୍ର/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ୱାଦଶାହରେ ମଙ୍ଗଳବାର ଆୟୋଜିତ ସଭାରେ ରାଣୀଙ୍କ ଫଟୋ ଥିବା ଏକ ଡାକ ଟିକେଟକୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉନ୍ମୋଚନ କରିଛନ୍ତି

କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କୋଦଳା ବିଧାୟିକା ଲତିକା ପ୍ରଧାନ, ସୂର୍ଯ୍ୟମଣୀ ବୈଦ୍ୟ, ଶ୍ରୀକାନ୍ତ ସାହୁ, ମଞ୍ଜୁଳା ସ୍ବାଇଁ , ପ୍ରମିଳା ବିଶୋଇଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Share