ନୂଆଦିଲ୍ଲୀ,୬।୯: ପଟ୍ରୋଲିୟମ ସାମଗ୍ରୀ ଏବଂ ଅଶୋଧିତ ତୈଳ ଉପରେ ଓ୍ବିଣ୍ଡଫଲ୍ ଟ୍ୟାକ୍ସ ଅତିରିକ୍ତ ନୁହେଁ, ଶିଳ୍ପସଂସ୍ଥା ସହ ନିୟମିତ ପରାମର୍ଶକ୍ରମେ ଏହି ଟିକସ ଲାଗୁ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଓ୍ବିଣ୍ଡଫଲ୍ ଟ୍ୟାକ୍ସକୁ ଆଡ୍ହକ ବା ଅନୈପଚାରିକ ଟିକସ କହିବା ଠିକ୍ ନୁହେଁ। ଓ୍ବିଣ୍ଡଫଲ୍ ଟ୍ୟାକ୍ସ ପ୍ରସ୍ତାବ ଆସିବା ବେଳେ ଏନେଇ ପେଟ୍ରୋଲିୟମ ଶିଳ୍ପ ସହ ଆଲୋଚନା କରାଯାଇଥିଲା। ପ୍ରତି ୧୫ ଦିନରେ ଥରେ ଟ୍ୟାକ୍ସ ହାରରେ ସଂଶୋଧନ କରାଯିବ ବୋଲି ସେମାନଙ୍କୁ ଜଣାଇ ଦିଆଯାଇଥିଲା। ସେହି ଅନୁଯାୟୀ ସରକାର ଟ୍ୟାକ୍ସ ଧାର୍ଯ୍ୟ କରୁଛନ୍ତି।