Categories: ଜାତୀୟ

ଅର୍ଥମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ, ଭାଷଣ ଦେଉଥିବା ଅଧିକାରୀଙ୍କୁ ଦେଲେ ପାଣି ବୋତଲ…

ନୂଆଦିଲ୍ଲୀ, ୯।୫ : ସୋସିଆଲ ମିଡିଆରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ୟୁଜର ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟର ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନେକ ଅନୁଷ୍ଠାନ ଏବଂ ବିଭାଗର ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ଯେତେବେଳେ ନ୍ୟାଶନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ପଦ୍ମଜା ଚୁନ୍ଦୁରୁ ସମ୍ବୋଧିତ କରୁଥିଲେ, ସେତେବେଳେ ସୀତାରମଣଙ୍କ ଏକ ବିଶେଷ କାର୍ଯ୍ୟ ଲୋକଙ୍କ ହୃଦୟ ଜିଣି ପାରିଛି।

ଭାଷଣର ଅଧାରେ ପଦ୍ମଜା ପଛକୁ ବୁଲି ପାଣି ମାଗୁଥିବା ଦେଖିବାକୁ ଭିଡ଼ିଓରେ ମିଳୁଛି। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ମଞ୍ଚ ପାର ହୋଇ ପଦ୍ମଜାଙ୍କୁ ଏକ ବୋତଲ ପାଣି ଦେଇଥିବାର ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓକୁ ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ ଟୁଇଟରରେ ଶେୟାର କରିଛନ୍ତି।

ଅର୍ଥମନ୍ତ୍ରୀଙ୍କ ଏହି ଉଦାରତା ପରେ, ପଦ୍ମଜା ତାଙ୍କୁ ଧନ୍ୟବାଦ ଦେଉଛନ୍ତି ଏବଂ ସେହି ସମୟରେ ଦର୍ଶକମାନେ ମଧ୍ୟ କରତାଳି ଦେଇଥିବାର ଦେଖାଯାଉଛି। ନିବେଶକଙ୍କ ସଚେତନତା କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ସୀତାରମଣ ଶନିବାର ପହଞ୍ଚିଥିଲେ। ଏଠାରେ ସେ ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଛାତ୍ରମାନଙ୍କ ପାଇଁ ମାର୍କେଟ ର ଏକଲବ୍ୟ ନାମକ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।

Share