Posted inଜାତୀୟ

ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା

ନୂଆଦିଲ୍ଲୀ, ୧୧।୦୬: ରାଷ୍ଟ୍ରପତି ଭବନରେ ରବିବାର ଶପଥ ନେଇଥିବା ଏନ୍‌ଡିଏ ସରକାରର ମନ୍ତ୍ରୀମାନଙ୍କୁ ସୋମବାର ବିଭାଗ ବଣ୍ଟନ କରାଯାଇଛି । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବାନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଟ୍ୟାକ୍ସ ଡିଭୋଲ୍ୟୁସନ୍‌ ବା ଆଦାୟ କର ବଣ୍ଟା ଯାଇଛି । ମୋଟ ୧ ଲକ୍ଷ ୩୯ ହଜାର ୭୫୦ କୋଟି ଟଙ୍କା ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଇଛି । ଏଥିରେ ସବୁଠାରୁ ଅଧିକ ଟଙ୍କା ଉତ୍ତର ପ୍ରଦେଶକୁ ମିଳିଛି ବୋଲି ଜଣାପଡ଼ିଛି ।

ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ୨୫,୦୬୯.୮୮ କୋଟି ଟଙ୍କା ମିଳିଛି । ସେହିପରି ଏନ୍‌ଡିଏର ବଡ଼ ସହଯୋଗୀ ନୀତୀଶ କୁମାରଙ୍କ ନେତୃତ଼୍ବାଧିନ ବିହାରକୁ ୧୪,୦୫୬.୧୨ କୋଟି ଟଙ୍କା ମିଳିଛି । ଏହି ଲିଷ୍ଟରେ ତୃତୀୟ ରାଜ୍ୟ ଭାବେ ଅଧିକ ଟଙ୍କା ମିଳିବା ରାଜ୍ୟ ହେଉଛି ମଧ୍ୟ ପ୍ରଦେଶ । ୧୦,୯୭୦.୪୪ କୋଟି ଟଙ୍କା ମଧ୍ୟ ପ୍ରଦେଶକୁ ଟ୍ରାନ୍ସଫର କରାଯାଇଛି ।

ସୂଚନା ଥଉକି, ୨୦୨୪-୨୫ ଅନ୍ତରୀଣ ବଜେଟ୍‌ରେ ରାଜ୍ୟମାନଙ୍କୁ କର ହସ୍ତାନ୍ତରଣ ପାଇଁ ୧୨,୧୯,୭୮୩ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ରାଜ୍ୟ ଗୁଡ଼ିକୁ ଏହି ଅର୍ଥ ଜାରି କରି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି କର ହସ୍ତାନ୍ତରଣ ଛଡ଼ା ଅତିରିକ୍ତ ଇନ୍‌ଷ୍ଟଲମେଣ୍ଟ ମଧ୍ୟ ରାଜ୍ୟମାନଙ୍କୁ ମିଳିବ। ଯାହାଫଳରେ ଏହି ଅର୍ଥ ରାଜ୍ୟର ବିକାଶ ଦିଗରେ ସରକାର ଖର୍ଚ୍ଚ କରିପାରିବେ । ତେବେ ଏହି ହିସାବରେ ଅତିରିକ୍ତ ଇନ୍‌ଷ୍ଟଲମେଣ୍ଟ ସହିତ ସୋମବାର ରାଜ୍ୟଗୁଡ଼ିକୁ ମୋଟ ୨,୭୯,୫୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri