ଋଣ ଟଙ୍କା ଆଦାୟ କରିବାକୁ ଯାଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶିକାର, ଜଣେ ଗିରଫ

ହିଞ୍ଜିଳିକାଟୁ, ୨୩ା୧(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଟଙ୍କା ଆଦାୟ କରିବାକୁ ଯାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି । ଋଣ ନେଇଥିବା ମହିଳାଙ୍କ ସ୍ବାମୀ ଫାଇନାନ୍ସ କମ୍ପାନୀର ୨ କର୍ମଚାରୀଙ୍କୁ କୋଡିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା ପରିଚାଳକ ନବକିଶୋର ସାହୁ ଓ ସହକାରୀ ଶାଖା ପରିଚାଳକ ପ୍ରତାପ ବାରିକ । ଅନ୍ୟ ପକ୍ଷରେ ୨ ଫାଇନାନ୍ସ କମ୍ପାନୀର କର୍ମଚାରୀ ଋଣ ଗ୍ରହୀତା ମହିଳାଙ୍କୁ ଆକ୍ରମଣ ସହ ଟଣାଓଟରା କରିଥିବା ନେଇ ପାଲଟା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ବାସନ୍ତି ନାୟକ ବର୍ଷେ ପୂର୍ବେ ସଟିନ କ୍ରେଡିଟ କେୟାର ନେଟୱାର୍କ ଲିମିଟିଡେ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ହିଞ୍ଜିଳିକାଟୁ ଶାଖାରୁ ୪୦ ହଜାର ଟଙ୍କା ଋଣ ଆଣିଥିଲେ । ସୋମବାର ସକାଳେ ବାସନ୍ତି ଋଣ ଅର୍ଥର ମାସିକ କିସ୍ତି ପ୍ରଦାନ କରିବା ନେଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କୁ ଫୋନ ଯୋଗେ ଡାକିଥିଲେ । ଖବର ପାଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକ ବଳରାମପୁର ଗ୍ରାମରେ ପହଞ୍ଚି ବାସନ୍ତିଙ୍କୁ ଋଣ ଟଙ୍କାର ମାସିକ କିସ୍ତି ଅର୍ଥ ମାଗିଥିଲେ । କିନ୍ତୁ ମହିଳା ଜଣଙ୍କ ପାଖରେ ଅର୍ଥ ନ ଥିବା ଏବଂ ତାଙ୍କ ସ୍ବାମୀ ଆସିଲେ ପ୍ରଦାନ କରିବେ ବୋଲି କହିଥିଲେ ଫଳରେ ୨ କର୍ମଚାରୀ ଫେରି ଆସିଥିଲେ । ସୋମବାର ସା ପ୍ରାୟ ସାଢେ ୭ଟାରେ ବାସନ୍ତି ପୁଣି ଋଣ ଅର୍ଥର ମାସିକ କିସ୍ତି ଦେବେ ବୋଲି କହି ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କୁ ଫୋନ ଯୋଗେ ଡାକିଥିଲେ । ଫଳରେ ୨ କର୍ମଚାରୀ ବଳରାମପୁର ଗ୍ରାମରେ ପହଞ୍ଚି ବାସନ୍ତିଙ୍କୁ ଋଣ ଅର୍ଥର ମାସିକ କିସ୍ତି ଟଙ୍କା ମାଗିଥିଲେ । ସେହି ସମୟରେ ମହିଳାଙ୍କ ସ୍ବାମୀ ସିମାଞ୍ଚଳ ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତକ୍ଷିପ୍ତ ହୋଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ଏକ କୋଡିରେ ଆକ୍ରମଣ କରିଥଲେ । ଆକ୍ରମଣରେ ୨ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ କମ୍ପାନୀର ଏରିଆ ମ୍ୟାନେଜର ବିଶ୍ୱଜିତ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଶାଖା ପରିଚାଳକ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୂବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ନେଇ ମଙ୍ଗଳବାର ଏରିୟା ମ୍ୟାନେଜର ବିଶ୍ୱଜିତ ମହାନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୩/୨୪ରେ ଏକ ମାମଲା ରୁଜୁ କରି ପୁଲିସ ବଳରାମପୁର ଗ୍ରାମରେ ପହଞ୍ଚି ଆକ୍ରମଣକାରୀ ସିମାଞ୍ଚଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ, ଆଇ. ସୁନିଲ କଣ୍ଡୋଗିରିଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ମହିଳାଙ୍କ ପାଲଟା ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୪/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ଦେଲେ ଖୋଲା ବୟାନ, କାର୍ତ୍ତିକ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଭିତରେ…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ ଥିବା ବଜେଡିର ବରିଷ୍ଠ...

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୧୦: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ । ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’। ଏନେଇ ସୂଚନା ଦେଇଛନ୍ତି...

ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି...

‘ଭାଜପାରେ ମିଶିଯିବ ବିଜେଡି’

ଭୁବନେଶ୍ୱର,୧୯।୧୦: ଗତ କିଛିଦିନ ଧରି ବିଜେଡିର ତୁଙ୍ଗ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି। ଏଥିନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ବିଜେଡି...

ବୋଲ ମାନୁନି ବିଜେଡି ନେତାଙ୍କ ତୁଣ୍ଡ, ଏବେ ପଦ୍ମନାଭ କହିଲେ କାହିଁକି…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍‌ ଥିବା ବିଜୁ ଜନତା...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri