ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ: ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ବନ୍ଦ

କାବୁଲ,୧୩।୯: ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି। ଆଫଗାନିସ୍ତାନ ପ୍ରଶାସନର ଆକସ୍ମିକ ପତନ ଦେଶରେ ଅର୍ଥନୈତିକ ସଙ୍କଟ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି କରିଛି। ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନର ପ୍ରାୟ ସମସ୍ତ ପ୍ରମୁଖ ଅନଲାଇନ ଶପିଂ ସେବା ବନ୍ଦ ହୋଇଯାଇଛି। ନିକଟରେ ଦୁଇଟି ପ୍ରମୁଖ ଅନଲାଇନ ସପିଂ ସେବା ମଧ୍ୟ ଦେଶରେ ଆର୍ଥିକ ସଙ୍କଟ କାରଣରୁ ସେମାନଙ୍କ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି।
ନିକଟରେ ପ୍ରସିଦ୍ଧ ଅନ୍‌ଲାଇନ ଶପିଂ ଆପ Click.af ବନ୍ଦ ହୋଇଯାଇଥିଲା। ଏହି ଆପ ୬ ବର୍ଷ ଧରି ସଫଳ ମାର୍କେଟିଂ କରିଥିଲା କିନ୍ତୁ ଦେଶରେ ଆର୍ଥିକ ପରିସ୍ଥିତି ଉପୁଜିଥିବାରୁ ଏହାକୁ ବନ୍ଦ କରିଦିଆଯାଇଛି । Click.af ର ଫେସବୁକ ପୃଷ୍ଠାରେ ପ୍ରକାଶିତ ଏକ ବାର୍ତ୍ତାରେ ଦର୍ଶାଯାଇଛି ଯେ, ଆର୍ଥିକ ସମସ୍ୟା ହେତୁ ସେମାନେ ଆଉ ଆପ ଚଳାଇବାରେ ସକ୍ଷମ ନୁହଁନ୍ତି। ଗୋଟିଏ ଦିନ ପରେ ୩ ବର୍ଷ ପୁରୁଣା ଅନ୍ୟ ଏକ ଅନଲାଇନ ସପିଂ ସେବା ବାକାଲ ଆର୍ଥିକ ଅସୁବିଧା ଯୋଗୁ ବନ୍ଦ ଘୋଷଣା କରିଥିଲା।

Share