ଆର୍ଥିକ ସଙ୍କଟ, ଆଇଏମ୍‌ଏଫ୍‌ ଋଣ ବୋଝ ତଳେ ଭାରତର ପଡ଼ୋଶୀ ଦେଶ…

ଓ୍ବାଶିଂଟନ, ୭।୮ : କରୋନା ମହାମାରୀ ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଭାରତର ପଡୋଶୀ ଦେଶ ଏଠାରୁ ଋଣ ନେବାରେ ଆଗୁଆ ରହିଛନ୍ତି। ଆଇଏମଏଫରୁ ଋଣ ନେବା ପ୍ରସଙ୍ଗରେ ପାକିସ୍ତାନ ଏକ ନମ୍ବର ସ୍ଥାନରେ ରହିଛି। ଏହାପଛକୁ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ଏବଂ ବର୍ତ୍ତମାନ ବାଂଲାଦେଶ ତୃତୀୟ ସ୍ଥାନରେ ରହିଛି।

ଋଣ ନେବା ପାଇଁ ବାଂଲାଦେଶ ଏବେ ଆଇଏମଏଫ ସହିତ ଆଲୋଚନା ଆରମ୍ଭ କରିବାକୁ ଯାଉଛି। କିଛି ଦିନ ପୂର୍ବରୁ ବାଂଲାଦେଶ ଆଇଏମଏଫକୁ ଋଣ ପାଇଁ ଆବେଦନ ପଠାଇଥିଲା। ବିଶ୍ୱରେ ବଢୁଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ବାଂଲାଦେଶ ତୃତୀୟ ଦକ୍ଷିଣ ଏସୀୟ ଦେଶ ଭାବେ ଆଇଏମଏଫର ଶରଣ ନେଇଛି।

ଜୁଲାଇ ୨୦୨୨ରେ ମିଳିଥିବା ତଥ୍ୟ ଅନୁଯାୟୀ, ପାକିସ୍ତାନ ଏପର୍ଯ୍ୟନ୍ତ ୫୧୯୪ ମିଲିୟନ ଡ଼ଲାର ଋଣ ନେଇଛି। ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ବିଶ୍ୱ ବ୍ୟାଙ୍କ ୬୦୦ ମିଲିୟନ ଡଲାର ଋଣ ନେଇଛି। ବାଂଲାଦେଶ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ୭୬୨ ମିଲିୟନ ଡଲାର ଋଣ ନେଇଛି। ଋଣ ନେବାରେ ଆଫଗାନିସ୍ତାନ ଚତୁର୍ଥ ସ୍ଥାନରେ ରହିଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୩୭୮ ମିଲିୟନ ଡ଼ଲାର ଋଣ ନେଇଛି। ଏହି ତାଲିକାରେ ମ୍ୟାନମାର ପଞ୍ଚମ ସ୍ଥାନରେ ଏବଂ ନେପାଳ ଷଷ୍ଠ ସ୍ଥାନରେ ରହିଛି।

Share