ଦୃଢ଼ ହେଉଛି ଆର୍ଥିକ ସୁଧାର ପ୍ରକ୍ରିୟା

ନୂଆଦିଲ୍ଲୀ,୧୮ା୧୦: କରୋନା ଦ୍ୱାରା ପ୍ରଭାବିତ ଭାରତୀୟ ଅର୍ଥ ବ୍ୟବସ୍ଥାର ସୁଧାର ପ୍ରକ୍ରିୟା ଦୃଢ଼ ହେଉଛି। ଘରୋଇ ବଜାରର ଚାହିଦାରେ ଉନ୍ନତି ଆସିଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ କୋଭିଡ୍‌ ପୂର୍ବ ସ୍ଥିତିକୁ ଫେରିଥିବା ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ରବିବାର କହିଛନ୍ତି। କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଦେଶର ବାଣିଜି୍ୟକ ଇକୋସିଷ୍ଟମ ଆଗକୁ ବଢ଼ିବାରେ ସହାୟକ ହେଉଥିବା ସେ ମତ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବର୍ତ୍ତମାନ ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଭଳି ଦିଗଗୁଡ଼ିକ ଉପରେ ଫୋକସ କରିଛନ୍ତି। ଡିଜିଟାଲ ନେଣଦେଣ, ବ୍ୟାଙ୍କିଙ୍ଗ ସଂସ୍କାର, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବଂ ଦୁର୍ନିୀତି ବିରୋଧୀ ଲଢେଇ ଜାରି ରଖିଛନ୍ତି। ବର୍ତ୍ତମାନ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ)ର ୯୦% ପ୍ରସ୍ତାବ ଅଟୋମେଟିକ ରୁଟ୍‌ରେ ମଞ୍ଜୁରୀ ମିଳୁଛି। ପ୍ରତି କ୍ଷେତ୍ରରେ ଅଭିନବତ୍ୱ ଏବଂ ସୃଜନଶୀଳତାକୁ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ...

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି।...

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri