ନୂଆଦିଲ୍ଲୀ,୧୮ା୧୦: କରୋନା ଦ୍ୱାରା ପ୍ରଭାବିତ ଭାରତୀୟ ଅର୍ଥ ବ୍ୟବସ୍ଥାର ସୁଧାର ପ୍ରକ୍ରିୟା ଦୃଢ଼ ହେଉଛି। ଘରୋଇ ବଜାରର ଚାହିଦାରେ ଉନ୍ନତି ଆସିଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ କୋଭିଡ୍ ପୂର୍ବ ସ୍ଥିତିକୁ ଫେରିଥିବା ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ରବିବାର କହିଛନ୍ତି। କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଦେଶର ବାଣିଜି୍ୟକ ଇକୋସିଷ୍ଟମ ଆଗକୁ ବଢ଼ିବାରେ ସହାୟକ ହେଉଥିବା ସେ ମତ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବର୍ତ୍ତମାନ ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଭଳି ଦିଗଗୁଡ଼ିକ ଉପରେ ଫୋକସ କରିଛନ୍ତି। ଡିଜିଟାଲ ନେଣଦେଣ, ବ୍ୟାଙ୍କିଙ୍ଗ ସଂସ୍କାର, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବଂ ଦୁର୍ନିୀତି ବିରୋଧୀ ଲଢେଇ ଜାରି ରଖିଛନ୍ତି। ବର୍ତ୍ତମାନ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍ଡିଆଇ)ର ୯୦% ପ୍ରସ୍ତାବ ଅଟୋମେଟିକ ରୁଟ୍ରେ ମଞ୍ଜୁରୀ ମିଳୁଛି। ପ୍ରତି କ୍ଷେତ୍ରରେ ଅଭିନବତ୍ୱ ଏବଂ ସୃଜନଶୀଳତାକୁ ଗୁରୁତ୍ୱ ଦିଆଯାଉଛି।