Categories: ବାଣିଜ୍ୟ

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆର୍ଥିକ ସାକ୍ଷରତା ଶିବିର

ଭୁବନେଶ୍ୱର, ୨।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ମିଳିତ ପଦକ୍ଷେପରେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂହଙ୍କ ନିର୍ଦ୍ଦେଶାନୁଯାୟୀ, ଗୋଡ଼ିପଡ଼ା ଶାଖା ଅଧୀନସ୍ଥ ଡମସାହି ଗ୍ରାମ୍ୟ ମିଟିଂ ହଲ୍‌ରେ ଆୟୋଜନ କରାଯାଇଥିଲା। ଶିବିରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର ଶାଖା ମ୍ୟାନେଜର ବିନୋଦ କୁମାର ଦାସ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଗୋଡ଼ିପଡ଼ା ଶାଖା ପରିଚାଳକ ଶ୍ରୀଧର ନାୟକ, ଆଞ୍ଚଳିକ କାର୍ଯ୍ୟାଳୟ ଖୋର୍ଦ୍ଧା ତରଫରୁ ଶିବାନନ୍ଦ ପାଢୀ ଏବଂ ସୁନିଲ କୁମାର ସାହୁ ଯୋଗଦାନ କରି ସରକାରଙ୍କ ବିଭିନ୍ନ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଦି ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ରଣପୁର ବ୍ଲକ ଭାଇସ ଚେୟାରମ୍ୟାନ ପ୍ରଭାତ କୁମାର ଦଳବେହେରା ଏବଂ ଡମସାହି ସରପଞ୍ଚ ସୁନେଲି ଦଳବେହେରା ଉପସ୍ଥିତ ଥିଲେ।

Share