Categories: ବାଣିଜ୍ୟ

ଏପିଏସ୍‌ଇଜେଡ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷ (୨୦୨୪ ମାର୍ଚ୍ଚ ୩୧ସୁଦ୍ଧା ଶେଷ ଆର୍ଥିକ ବର୍ଷ) ଓ ୪ର୍ଥ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଥିଲା।

ଏହି ସମୟ ମଧ୍ୟରେ କମ୍ପାନୀର ପଣ୍ୟ ପରିବହନ ୩ ଗୁଣା ବୃଦ୍ଧି ପାଇଥିବା ବେଳେ ବାର୍ଷିକ ଅଭିବୃଦ୍ଧି ୨୪% ସହ ୪୨୦ ନିୟୁତ ଟନ ପଣ୍ୟ ପରିବହନ କରିଛି। କମ୍ପାନୀର ରାଜସ୍ବ ୨୮% ବୃଦ୍ଧି ପାଇ ୨୬,୭୧୧ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଡିଟିଏ ୪୪% ବୃଦ୍ଧି ପାଇ ୧୫,୭୫୧ କୋଟି ଟଙ୍କା ହୋଇଛି। ସେହିଭଳି କମ୍ପାନୀର ଟିକସ ପୂର୍ବବର୍ତ୍ତୀ ଲାଭ ୫୦%ବୃଦ୍ଧି ପାଇ ୮୧୦୪ କୋଟି ଟଙ୍କା ହୋଇଥିବାବେଳେ ଇବିଆଇଟିଡିଏକୁ ନିଟ୍‌ ଋଣ ୨.୩ ଗୁଣା ରହିଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ କମ୍ପାନୀ ୧୦୮.୭ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ବେଳେ ଏହାର ରାଜସ୍ବ ପରିମାଣ ୬୮୯୭ କୋଟି ଟଙ୍କା, ଇବିଆଇଡିଟିଏ ୪୦୨୯ କୋଟି ଟଙ୍କା ଏବଂ ଟିକସ ପରବର୍ତ୍ତୀ ଲାଭ ୨୦୧୫ କୋଟି ଟଙ୍କା ହୋଇଛି।

Share