Categories: ବାଣିଜ୍ୟ

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ସେହିଭଳି ଏହି ଅବଧି ମଧ୍ୟରେ ବ୍ୟାଙ୍କର ଶୁଦ୍ଧ ଲାଭ ୧୮୬୮କୋଟି ଟଙ୍କା ରହିଛି, ଯାହା ବାର୍ଷିକ ଆଧାରରେ ୩୯%ର ମଜଭୁତ ଅଭିବୃଦ୍ଧି ହାସଲ କରିଛି। ସେହିପରି ପରିଚାଳନାଗତ ଲାଭ ବାର୍ଷିକ ଆଧାରରେ ୪୫% ବୃଦ୍ଧି ହୋଇ ୩୦୦୬ କୋଟି ଟଙ୍କା ରହିଛି। ଏହି ଅବଧି ମଧ୍ୟରେ ଏନ୍‌ଆଇଏମ୍‌ ୪.୮୭% ରେକର୍ଡ କରାଯାଇଥିଲାବେଳେ ନେଟ୍‌ ସୁଧ ଆୟ ବାର୍ଷିକ ହାରରେ ୨୬% ବୃଦ୍ଧି ହୋଇ ୩୮୭୫ କୋଟି ଟଙ୍କା ରହିଛି। ଏପରିକି ୨ୟ ତ୍ରୈମାସିକରେ ବ୍ୟାଙ୍କର ଜମା ଖର୍ଚ୍ଚ ୪.୬୬% ରହିଛି, ଯାହା ଗତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ୪.୨୨% ରହିଥିଲା। ସେହିପରି ସିଆର୍‌ଏଆର୍‌ ବାର୍ଷିକ ଆଧାରରେ ୭୨ ବିପିଏସ୍‌ ବୃଦ୍ଧି ହୋଇ ୨୧.୯୮% ରହିଥିଲାବେଳେ ୨ୟ ତ୍ରୈମାସିକରେ ରିଟର୍ନ ଅନ୍‌ ଆସେଟ୍‌ସ ବାର୍ଷିକ ଆଧାରରେ ୩୮ ବିପିଏସ୍‌ ବୃଦ୍ଧି ହୋଇ ୧.୯୭% ରହିଛି ଏବଂ ରିଟର୍ନ ଅନ୍‌ ଇକ୍ୱିଟି ବାର୍ଷିକ ଆଧାରରେ ୧୩୦ ବିପିଏସ୍‌ ବୃଦ୍ଧି ହୋଇ ୨୦.୩୫% ରହିଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ନେଟ୍‌ ସୁଧ ଆୟ ୨୬% ବୃଦ୍ଧି ହୋଇ ୩୮୭୫ କୋଟି ଟଙ୍କା ରହିଛି, ଯାହା ଗତ ଆର୍ଥକ ବର୍ଷର ଏହି ତ୍ରୈମାସିକରେ ୩୦୬୬ କୋଟି ଟଙ୍କା ରହିଥିଲା। ୨୦୨୪-୨୫ର ୨ୟ ତ୍ରୈମାସିକରେ ନେଟ୍‌ ସୁଧ ମାର୍ଜିନ (ଏନ୍‌ଆଇଏମ୍‌) ୫୪ ବିପିଏସ୍‌ ବୃଦ୍ଧି ହୋଇ ୪.୮୭% ରହିଛି, ଯାହା ୨୦୨୩-୨୪ର ୨ୟ ତ୍ରୈମାସିକରେ ୪.୩୩% ଥିଲା। ନେଟ୍‌ ଏନ୍‌ପିଏ ଅନୁପାତ ଗତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକର ୦.୩୯% ତୁଳନାରେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ୦.୨୦% ରହିଛି। ପିସିଆର୍‌ ୯୯.୪୨% ରହିଛି ଯାହା ବାର୍ଷିକ ଆଧାରରେ ୩୨ ବିପିଏସ୍‌ ବୃଦ୍ଧି ପାଇଛି।

Share