Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୪ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ତ୍ରୈମାସିକ ଓ ଆର୍ଥତ୍କ ବର୍ଷର ଫଳାଫଳ ମଧ୍ୟ ଘୋଷଣା କରାଯାଇଥିଲା। ଏପରିକି କମ୍ପାନୀ ୨୧,୭୪,୬୧୦ ଟନ୍‌ ବିକ୍ରି ରେକର୍ଡ କରିଛି, ଯାହା ଗତ ଆର୍ଥତ୍କ ବର୍ଷ ତୁଳନାରେ ୨୩% ଅଧିକ ବୋଲି କୁହାଯାଇଛି।

ଏକକ ଭିତ୍ତିରେ ମୋଟ ରାଜସ୍ବ ବାର୍ଷିକ ୯% ବୃଦ୍ଧି ପାଇ ୩୮,୩୫୬କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ୨୦୨୩-୨୪ ଆର୍ଥତ୍କ ବର୍ଷରେ କମ୍ପାନୀର ଇବିଆଇଟିଡିଏ ୪,୦୩୬ କୋଟି ଟଙ୍କା ଏବଂ ଟିକସ ପରବର୍ତ୍ତୀ ଲାଭ ୨,୫୩୧ କୋଟି ଟଙ୍କା ରେକର୍ଡ ହୋଇଥିବାବେଳେ ସେଥିରେ ବାର୍ଷିକ ଅଭିବୃଦ୍ଧି ଯଥାକ୍ରମେ ୧୩% ଓ ୨୬% ରହିଥିଲା। ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଥିଲେ, ଗତ ଆର୍ଥତ୍କ ବର୍ଷର କାରବାର ବେଶ୍‌ ଉତ୍ସାହଜନକ ଥିଲା। ଏପରିକି ଭାରତୀୟ ଅଭିବୃଦ୍ଧି ଯାତ୍ରା ଦ୍ରୁତଗତିରେ ଆଗକୁ ବଢ଼ି ଚାଲିଥିଲାବେଳେ ଆମେ ଆମର ଅଭିବୃଦ୍ଧି ଆକଳନକୁ ପୂରଣ କରିଛୁ ଏବଂ ନିକଟରେ ଆମର ସମ୍ପ୍ରସାରଣ ଯୋଜନାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛୁ।

ସେହିଭଳି ପରିଚାଳନା ଦକ୍ଷତା, ଡିଜିଟାଲାଇଜେଶନ କାର୍ଯ୍ୟକ୍ରମ,ଲୋକ ସଶକ୍ତୀକରଣ ପଦକ୍ଷେପ, ବଜାର ବିକାଶ ଏବଂ ଗ୍ରାହକ ସନ୍ତୁଷ୍ଟି ରଣନୀତି ଉପରେ ବିଶେଷ ଧ୍ୟାନଦେବା ଦ୍ୱାରା ଏହି ଅଭିବୃଦ୍ଧି ଘଟିଛି। ଏପରିକି ଆମର ନେତୃତ୍ୱ ସ୍ଥିତି ବଜାୟ ରଖିବା ସହ ସୋର୍ସିଂ, ପ୍ରକ୍ରିୟା ଏବଂ ଉତ୍ପାଦରେ ସ୍ଥାୟିତ୍ୱ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖି ଆମେ ଭାରତୀୟ ବଜାରରେ ଆଗକୁ ବଢ଼ୁଛୁ।

Share