ନୂଆଦିଲ୍ଲୀ,୨।୯: ଦେଶର ଅଭିବୃଦ୍ଧି ହାର ଦୟନୀୟ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବିମୁଦ୍ରୀକରଣ ପରଠାରୁ ଦେଶରେ ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି। ସ୍ଥିତି ସୁଧାରିବା ପରିବର୍ତ୍ତେ ସରକାର ଗୋଟିକ ପରେ ଗୋଟିଏ ଭୁଲ୍ ନୀତି ଆପଣାଇ ଚାଲିଛନ୍ତି। ଏଭଳି ସ୍ଥିତି ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଅର୍ଥନୀତିରେ ସୁନାମି ଆସିବ ବୋଲି ୬ ମାସ ପୂର୍ବରୁ ରାହୁଲ ସତର୍କ କରାଇଥିଲେ। ତା’ ପରେ ଲୋକଦେଖାଣିଆ ଭାବେ ସରକାର ପ୍ୟାକେଜ୍ ଘୋଷଣା କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ଏବେ ଡିଜାଷ୍ଟର ଷ୍ଟ୍ରୋକ୍ରେ ପରିଣତ ହୋଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଟୁଇଟ କରି କହିଛନ୍ତି।