ବ୍ରହ୍ମପୁର ଅଫିସ , ୨୭।୨: ବ୍ରହ୍ମପୁର ମହାନଗରରୁ ଏବେ ପୁଣି ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବଡ଼ ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରର ଏକ ଘରେ ଶନିବାର ଚଢ଼ାଉ କରାଯାଇ ୩୦୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ, ଖାଲି ବୋତଲ, ଲେବେଲ, ଠିପି ଜବତ ହୋଇଛି । ଏହି ନକଲି କାରବାରରେ ସମ୍ପୃକ୍ତ ୫ ଜଣକୁ ଗିରଫ କରାଯାଇଛି । ଅନେକ ଦିନ ହେବ ଏହି କାରଖାନା ଚାଲୁଥିବା ବେଳେ ଖାଲି ବୋତଲ, ଠିପି ଆଦି କୋଲକାତାରୁ ଅଣାଯାଉଥିଲା ବୋଲି ସୂଚନା ମିଳିଛି। ହୋମିଓପ୍ୟାଥିକ ଔଷଧରେ ବିଭିନ୍ନ କେମିକାଲ ମିଶଯାଇ ମଦ ପ୍ରସ୍ତୁତ ହେଉଥିଲା । ଏ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।