ଜୀବନ ସାଥୀଙ୍କ କଣ୍ଠସ୍ବରରୁ ଜାଣନ୍ତୁ ଧୋକା ଦେଉଛନ୍ତି କି ନାହିଁ

ପ୍ରତ୍ୟେକ ପୁରୁଷ ଜୀବନରେ ଜଣେ ନାରୀ ଆସିଥାଏ। ସେହିପରି ନାରୀ ଜୀବନରେ ମଧ୍ୟ ଜଣେ ପୁରୁଷ ଆସିଥାଏ। ତେବେ ଆଜିକାଲି ଅଧିକାଂଶ ଯୁବପୀଢି ପ୍ରେମରେ ପଡୁଛନ୍ତି। ହେଲେ କିଛି ପ୍ରେମ ସମ୍ପର୍କ ଚିରସ୍ଥାୟୀ ହେଉଥିବାବେଳେ ଆଉ କିଛି ଖୁବକମ ସମୟ ମଧ୍ୟରେ ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି। ଆଜିକାଲି ରିଲେସନସିପରେ ମିଛ କହିବା ଓ ଧୋକା ଦେବା ଏକ ସାଧାରଣ କଥା ପାଲଟିଛି। ଯଦି ପ୍ରେମିକପ୍ରେମିକା ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଦେଖାଯାଏ ତେବେ ଏଭଳି ପରିସ୍ଥିତି ଉପୁଜେ। ଅଧିକାଂଶ ସମୟରେ ଏପରି ଖବର ଗଣମାଧ୍ୟମରେ ପ୍ରସାରିତ ହେଉଥିବାବେଳେ ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଥିବା ନଜିର ରହିଛି। ତେବେ ଏକ ନୂଆ ରିସର୍ଚ୍ଚରେ ଜଣାପଡିଛି ଯେ, ପାର୍ଟନରଙ୍କ କଣ୍ଠସ୍ବରରୁ ବି ଆପଣ ଜାଣିପାରିବେ ସାଥୀ ସତ କହୁଛନ୍ତି ନା ମିଛ।
ଆସନ୍ତୁ ଜାଣିବା କେମିତି…
ସାଧାରଣତଃ ମିଛ କହିବାବେଳେ ଲୋକମାନେ ଭାବିଚିନ୍ତି କଥାବାର୍ତ୍ତା କରିଥାନ୍ତି। ସେହିପରି ଧରାପଡିଯିବା ଭୟରେ ପୁଅମାନେ ବେଳେବେଳେ ଗୁଣୁ ଗୁଣୁ ହୋଇ ଏଣୁ ତେଣୁ କଥା ଗପି ଦିଅନ୍ତି। ଏହା କାରଣରୁ ତାଙ୍କ ମିଛ ଧରାପଡିଯାଏ, ଏହା ମିଛ କହୁ କହୁ କିଛି ପୁଅ ସତ କହି ଦିଅନ୍ତି। ଏଣୁ ଆପଣଙ୍କ ପାର୍ଟନର ଯଦି କଥା ହେବାବେଳେ ଭାବିଚିନ୍ତି କଥା ହେଉଥାନ୍ତି ତେବେ ଜାଣନ୍ତୁ ଯେ ସେ ଆପଣଙ୍କୁ ମିଛ କହିବାକୁ ଚେଷ୍ଟା କରୁଛନ୍ତି। ଯଦି ପାର୍ଟନର ଫୋନରେ କଥା ହେବାବେଳେ ଥଙ୍ଗମଙ୍ଗ ହୋଇ କଥା ହେଉଥାନ୍ତି ତେବେ ଜାଣନ୍ତୁ ଯେ ସେ କିଛି ଭୁଲ କାମ କରୁଛନ୍ତି, ଯାହା ଆପଣଙ୍କୁ ଲୁଚାଉଛନ୍ତି। ଏଣୁ ଭୟରେ ଏଭଳି କଥାବାର୍ତ୍ତା ହେଉଛନ୍ତି।