ଅମ୍ବାନୀ ପରିବାରର ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣନ୍ତୁ…

ବଡ଼ ବଡ଼ ଶିଳ୍ପପତି ନିଜର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଅମ୍ବାନୀ ପରିବାରକୁ ମୁମ୍ବାଇ ପୋଲିସ ମଧ୍ୟ ବିଶେଷ ସୁରକ୍ଷା ଯୋଗାଇ ଦେଉଛି। ବିବାଦ ଏବଂ ଧମକ ଯୋଗୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥାଏ।

ଅମ୍ବାନୀ ପରିବାରକୁ Z + ସୁରକ୍ଷା ମିଳିଛି। ଯାହା ଦେଶରେ ସମୁଦାୟ ୧୭ ଜଣଙ୍କ ପାଖରେ ଅଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଛନ୍ତି । Z + ସୁରକ୍ଷା ୫୫ଟି ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନେଇ ଗଠିତ, ସେଥିମଧ୍ୟରୁ ଅତି କମରେ ୧୦ ଜଣ ଜାତୀୟ ସୁରକ୍ଷାକର୍ମୀ ଯେଉଁମାନେ ଦିନରାତି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରହିଥାନ୍ତି । ତେବେ ଜାଣନ୍ତୁ ଅମ୍ବାନୀ ପରିବାରର ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି।

୨୦୧୩ ମସିହାରେ ମୁକେଶ ଅମ୍ବାନୀଙ୍କୁ ମୁଜାହିଦ୍ଦିନ ଗୋଷ୍ଠୀରୁ ଧମକ ମିଳିଥିଲା। ସେହି ଧମକ ପରେ ହିଁ ମୁକେଶ ଅମ୍ବାନୀଙ୍କୁ Z + ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯଦି ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ କିମ୍ବା ସେମାନଙ୍କ ପରିବାରର କୌଣସି ସଦସ୍ୟ ବାହାରକୁ ଯାଆନ୍ତି, ତେବେ ସୁରକ୍ଷାକର୍ମୀମାନେ ନିଶ୍ଚିତ ସେମାନଙ୍କ ସହିତ ଯାଇଥାନ୍ତି। ମୁକେଶ ଅମ୍ବାନୀଙ୍କ ଏହି ପ୍ରାସାଦରେ ୬୦୦ଜଣ କର୍ମଚାରୀ ଅଛନ୍ତି । ତେବେ ଅମ୍ବାନୀ ପରିବାରର ସୁରକ୍ଷା ପାଇଁ ମାସକୁ ୧୫ ରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

Share