ପ୍ରଥମ ଦିନରେ ଜାଣନ୍ତୁ କେତେ ଆୟ କରିଛି ‘ଲାଇଗର’

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ବହୁ ଦିନରୁ ଅପେକ୍ଷା କରିଥିଲେ। ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ, ତାମିଲ ଭାଷାରେ ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ପୂର୍ବରୁ ୯୦ ପ୍ରତିଶତ ଆଡଭାନ୍ସ ଟିକେଟ୍‌ ବୁକିଂ ହୋଇଥିଲା। ହେଲେ ଫାଷ୍ଟ ଶୋ’ରେ ଭଲ ଓପନିଂ କରିଥିଲା। ହେଲେ ‘ଲାଇଗର’ ପ୍ରଥମ ଦିନରେ ବକ୍ସ ଅଫିସରେ ୨୫ କୋଟି ପାଖାପାଖି ଆୟ କରିପାରିଛି।
ବିଜୟ ଏବଂ ଅନନ୍ୟାଙ୍କ ବ୍ୟତିତ ରମ୍ୟା କୃଷ୍ଣ, ରୋନିତ୍‌ ରୟ, ଅଲି ବାଶା, ଗେଟଅପ ଶ୍ରୀନୁ, ମାକାରନ୍ଦ ଦେଶପାଣ୍ଡେ, ଅବଦୁଲ କ୍ୱାଦିର ଅମିନ ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମଟି ସେପ୍ଟେମ୍ବର ୯, ୨୦୨୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାର ଥିଲା। କିନ୍ତୁ କୋଭିଡ୍‌ର ତୃତୀୟ ଲହରର ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ରିଲିଜ୍‌ ତାରିଖକୁ ସ୍ଥଗିତ ରଖାଯାଇଥିଲା।

Share