ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହକୁ ନେଇ ପ୍ରାୟ ସମସ୍ତେ ବେସ ଖୁସି ଅଛନ୍ତି। ଏହି ନବଦମ୍ପତିଙ୍କୁ ସମସ୍ତେ ଶୁଭେଚ୍ଛା ଆର୍ଶୀବାଦ ଦେଉଛନ୍ତି । ରଣବୀର ଏବଂ ଆଲିଆଙ୍କ ଖୁସିରେ ସାମିଲ ହେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଛି କିନ୍ନରତାଙ୍କ ଘରେ ପହଞ୍ଚିଥିଲେ । ରଣବୀର ଏବଂ ଆଲିଆଙ୍କ ଆପାର୍ଟମେଣ୍ଟରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, କିନ୍ନରମାନେ ଆପାର୍ଟମେଣ୍ଟ ବାହାରେ ଛିଡାହୋଇ ରଣବୀର ଏବଂ ଆଲିଆଙ୍କ ବିବାହ ପାଇଁ ଖୁସିରେ ନାଚୁଛନ୍ତି । ଏ ନେଇ ସେ କେତେ ଟଙ୍କ ମଧ୍ୟ ଡିମାଣ୍ଡ କରୁଛନ୍ତି।
କିନ୍ନରମାନେ ଆଲିଆ ଏବଂ ରଣବୀରଙ୍କୁ ୧ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲା ବେଳେ ସେମାନେ ୨୧ ହଜାର ଟଙ୍କା ନେବା ପାଇଁ ରାଜି ହୋଇ ଯାଇଥିଲେ। ପରେ ସେମାନେ ଖୁସିରେ ଉଭୟଙ୍କୁ ଆଶୀର୍ବାଦ ଦେଇ ଚାଲିଯାଇଥିଲେ।