ଜାଣନ୍ତୁ ‘କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି ନେଇଛନ୍ତି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। କମ୍‌ ବଜେଟରେ ନିର୍ମିତ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଖୁବଶୀଘ୍ର ୨୦୦ କୋଟିରେ ଏଣ୍ଟ୍ରି କରିବାକୁ ଯାଉଛି। ତେବେ ଏହି ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି ତାହା ଆପଣ ଜାଣିଛନ୍ତି କି?
କଶ୍ମୀରୀ ପଣ୍ଡିତ ଭୂମିକାରେ ଅଭିନୟ କରିଥିବା ଅନପମ୍‌ ଖେର ଏହି ଫିଲ୍ମ ପାଇଁ ୧ କୋଟି ଫି ନେଇଛନ୍ତି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମରେ ତାଙ୍କ ପତ୍ନୀ ପଲ୍ଲବୀ ଯୋଶୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ରାଧିକା ମେନନ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକା ପାଇଁ ପଲ୍ଲବୀଙ୍କୁ ୫୦-୭୦ ଲକ୍ଷ ଟଙ୍କା ଚାର୍ଜ କରିଥିଲେ । ସେହିପରି ଦର୍ଶନ କୁମାର ୪୫ ଲକ୍ଷ ଟଙ୍କା ନେଇଥିବା ବେଳେ ମିଥୁନ ଚକ୍ରବର୍ତ୍ତୀ ଏଥିପାଇଁ ୧.୫ କୋଟି ଟଙ୍କା ନେଇଛନ୍ତି। ‘କାଶ୍ମୀର ଫାଇଲ୍ସ’ରେ ଡିଜିପି ହରି ନାରାଇନଙ୍କ ଭୂମିକାରେ ଅଭିନୟ କରିଥିବା ପୁନିତ ଏହି ଭୂମିକା ପାଇଁ ୫୦ ଲକ୍ଷ ଫି ନେଇଥିବା ଖବର ରହିଛି। ଫିଲ୍ମଟି ୧୧ ମାର୍ଚ୍ଚରେ ପ୍ରେକ୍ଷାଳୟକୁ ଆସିଥିଲା। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଲୋକଙ୍କ ଭିଡ  ଦେଖିବାକୁ ମିଳୁଛି।

Share