ଜାଣନ୍ତୁ ନିଜ ବିବାହରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ ଅଭିନେତା

ସାଉଥ ସୁପରଷ୍ଟାର୍‌ ଜୁନିଅର୍‌ ଏନଟିଆର ଆଜି ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଆର୍‌ଆର୍‌ଆର୍‌ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ତାଙ୍କର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ଦିନ ବଢିବାରେ ଲାଗିଛି। କହିବାକୁ ଗଲେ ଜୁନିୟର ଏନଟିଆର ସାଉଥର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ।
ଏକ ରିପୋର୍ଟ ଅନୁଯାୟୀ, ଏନଟିଆର ଲକ୍ଷ୍ମୀ ପ୍ରଣାତିଙ୍କୁ ୨୦୧୧ ମେ’୫ରେ ବିବାହ କରିଥିଲେ। ତେବେ ଏନଟିଆର ତାଙ୍କ ବିବାହରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ବିବାହରେ ଯୋଗଦେବା ପାଇଁ ୧୨୦୦ ଫ୍ୟାନ୍ସ ପହଞ୍ଚିଥିବାବେଳେ ୩୦୦୦ ସେଲିବ୍ରିଟି ଅତିଥି ଆସିଥିଲେ। ବର୍ତ୍ତମାନ ସେ ତାଙ୍କ ପାରିବାରିକ ଜୀବନରେ ବହୁତ ଖୁସି ଅଛନ୍ତି।

Share