‘ଗଙ୍ଗୁବାଇ କାଠିଆୱାଡି’ ପାଇଁ କେଉଁ ଷ୍ଟାର କେତେ ଫି ନେଇଛନ୍ତି ଜାଣନ୍ତୁ…

ମୁମ୍ବାଇ: ବହୁ ବାଦ-ବିବାଦ ପରେ ଶୁକ୍ରବାର ରିଲିଜ୍‌ ହୋଇଛିି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦେଖିବା ପାଇଁ ଆଗ୍ରହର ସହ ଅପେକ୍ଷା କରିଥିଲେ ଦର୍ଶକ। ତେବେ ଦୀର୍ଘ ଦିନର ଅପେକ୍ଷା ପରେ ରିଲିଜ୍‌ ହୋଇଛି ଫିଲ୍ମ। ପୂର୍ବରୁ ଏହାର ଟ୍ରେଲର ଦେଖିବା ପରେ ଦର୍ଶକ ବେଶ୍‌ ପ୍ରଶଂସା କରିଥିଲେ। ଫିଲ୍ମରେ କଳାକାରମାନେ ଦମଦାର ଅଭିନୟ ମଧ୍ୟ କରିଛନ୍ତି। ହେଲେ ବର୍ତ୍ତମାନ ଏହି ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି ନେଇଛନ୍ତି ତାହାକୁ ଜାଣିବା ପାଇଁ ସମସ୍ତେ ଆଗ୍ରହ ଥିବେ। ତେବେ ଇଣ୍ଡଷ୍ଟ୍ରିର ଚୁଲବୁଲି ତଥା ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ଫିଲ୍ମ ପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି, ଏବଂ ସେ ସେଥିପାଇଁ ୨୦ କୋଟି ଫି ନେଇଥିବା କୁହାଯାଉଛି।
ସେହିପରି ସୁପରଷ୍ଟାର ଅଜୟ ଦେବଗନ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏହି ଭୂମିକାରେ ମଧ୍ୟ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ପ୍ରାୟ ୧୧ କୋଟି ଟଙ୍କା ନେଇଛନ୍ତି। ଛୋଟ ପରଦାରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିବା ଚକୋଲେଟ ବୟ ଶାନ୍ତନୁ ଏହି ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଆଲିଆଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଏଥିପାଇଁ ପାଇଁ ସେ ୫୦ ଲକ୍ଷ ଟଙ୍କା ନେଇଛନ୍ତି। ଏହା ବ୍ୟତୀତ ହୁମା ନିଜକୁ ସମସ୍ତ ପ୍ରକାରର ଚରିତ୍ର ସହିତ ଖାପ ଖୁଆଇବା ପାଇଁ ବେଶ୍‌ ଜଣାଶୁଣା । ଏହି ଫିଲ୍ମରେ ସେ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ହୁମା ଏହି ଫିଲ୍ମ ପାଇଁ ୨ କୋଟି ଟଙ୍କା ନେଇଛନ୍ତି। ଏହି ଚଳଚ୍ଚିତ୍ରରେ ବିଜୟ ରାଜ ଟ୍ରାନ୍ସଜେଣ୍ଡର ରଜିଆବାଇ ଭୂମିକାରେ ନଜର ଆସିଛନ୍ତି। ଏହି ଭୂମିକା ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ଯେଉଁଥି ପାଇଁ ସେ ୧.୫୦ ଟଙ୍କା ନେଇଛନ୍ତି।

Share