ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାର ଆରମ୍ଭ ହୋଇଥିବା ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର୍ ଡେଭିଡ୍ ୱାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ କିଣିଛି।
ଏହା ପୂର୍ବରୁ ନିଲାମରେ ଭାରତ ଓପନିଂ ବ୍ୟାଟର୍ ଶିଖର ଧାୱନଙ୍କୁ ପଞ୍ଜାବ କିଙ୍ଗ୍ସ ୮.୨୫ କୋଟି ଟଙ୍କାରେ ନେଇଥିଲା। ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ରାଜସ୍ଥାନ ରୟାଲ୍ସ ୫ କୋଟିରେ କିଣିଛି। ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସଙ୍କୁ କୋଲକାତା ନାଇଟ ରାଇଡର୍ସ (କେକେଆର୍) ୭.୨୫ କୋଟି ଟଙ୍କାରେ ନେଇଛି।
ପେସର କାଗିସୋ ରାବାଡାଙ୍କୁ ପଞ୍ଜାବ କିଙ୍ଗ୍ସ ୯.୨୫ କୋଟିରେ କିଣିଥିବା ବେଳେ ପେସର୍ ଟ୍ରେଣ୍ଟ ବୋଲ୍ଟଙ୍କୁ ରାଜସ୍ଥାନ ରୟାଲ୍ସ ୮ କୋଟିରେ କିଣିଛି। ଇଣ୍ଡିଆ ପେସର୍ ମହମ୍ମଦ ଶାମିଙ୍କୁ ଗୁଜରାଟ ଟାଇଟାନ୍ସ ୬.୨୫ କୋଟି ଟଙ୍କାରେ ନେଇଛି।
ଦକ୍ଷିଣ ଆଫ୍ରିକାର ବ୍ୟାଟର୍ ଫାଫ ଡୁ ପ୍ଲେସିସଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୭ କୋଟି ଟଙ୍କାରେ କିଣିଛି। ଲକ୍ଷ୍ନୌ କ୍ୱିଣ୍ଟନ ଡି’କକ୍ଙ୍କୁ ୬.୭୫ କୋଟିରେ କିଣିଛି।