ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଅନେକ ଶ୍ଲୋକ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଜଣେ ବ୍ୟକ୍ତି ମଧୁର କଥା କହିବା ସହିତ ସତ୍ୟ କହିବା ଉଚିତ୍। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ କେଉଁ କାମ କରି ଜଣେ ବ୍ୟକ୍ତି ଜଗତକୁ ନିୟନ୍ତ୍ରଣ କରିପାରିବ।
यदीच्छसि वशीकर्तुं जगदेकेन कर्मणा ।
परापवादसस्येभ्यः गां चरन्तीं निवारय ॥
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ଯଦି ଆପଣ ସମଗ୍ର ବିଶ୍ୱକୁ ବଶୀଭୂତ କରିବାକୁ ଚାହୁଁଛନ୍ତି, ତେବେ ମନ୍ଦ କାର୍ଯ୍ୟକୁ ପରିତ୍ୟାଗ କରିବାକୁ ପଡିବ। ସେ କହିଛନ୍ତି ଯେ, ଏହାକୁ ତ୍ୟାଗ କଲେ ସମସ୍ତେ ଆପଣଙ୍କୁ ପସନ୍ଦ କରିବା ଆରମ୍ଭ କରିବେ। ବିଶ୍ୱକୁ ନିୟନ୍ତ୍ରଣ କରିବାର ଏକମାତ୍ର ଉପାୟ ହେଉଛି ଯେପରି ଆପଣଙ୍କ କଥାରେ କାହାକୁ କ୍ଷତି ନ ପହଞ୍ଚେ।
तावन्मौनेन नीयन्ते कोकिलश्चैव वासराः ।
यावत्सर्वं जनानन्ददायिनी वाङ्न प्रवर्तते॥
ଚାଣକ୍ୟ ଏହି ଶ୍ଳୋକରେ କଥାର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ବସନ୍ତ ଆସିବା ପର୍ଯ୍ୟନ୍ତ କୋଇଲି ଯେପରି ଚୁପ ରହିଥାଏ। ବସନ୍ତ ଆସିଲେ ସମସ୍ତେ ତାର ମଧୁର ସ୍ବର ଶୁଣନ୍ତି। ଯଦି ତୁମେ ମଧୁର କଥା କହିପାରିବ ନାହିଁ, ତେବେ ଚୁପ ରହିବା ଭଲ।
लुब्धमर्थेन गृह्णीयात् स्तब्धमंजलिकर्मणा।
मूर्खं छन्दानुवृत्त्या च यथार्थत्वेन पण्डितम्।।
ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ଯେ, ଜଣେ ଲୋଭୀ ବ୍ୟକ୍ତିଙ୍କୁ ଟଙ୍କା ଦ୍ୱାରା ବଶିଭୂତ କରିହେବ। ମାତ୍ର ଯଦି ଜଣେ ପଣ୍ଡିତ କିମ୍ବା ଜ୍ଞାନୀ ବ୍ୟକ୍ତିଙ୍କୁ ବଶିଭୂତ, କରିବାକୁ ଚାହାନ୍ତି ତେବେ ତାଙ୍କ ସାମ୍ନାରେ କେବଳ ସତ୍ୟ କହିବା ଉଚିତ୍। ଯଦି ଜଣେ ମୂର୍ଖକୁ ନିୟନ୍ତ୍ରଣ କରିବାକୁ ଚାହୁଁଛ, ତେବେ ସେ ଯେପରି କହୁଛନ୍ତି ଠିକ ସେହିପରି କରିବା ଉଚିତ୍। ସେ କହିଛନ୍ତି ଯେ, ମୂର୍ଖ ଲୋକମାନେ ମିଥ୍ୟା ପ୍ରଶଂସାରେ ସନ୍ତୁଷ୍ଟ ହୁଅନ୍ତି। ଅହଂକାରୀ ବ୍ୟକ୍ତିଙ୍କୁ ହାତ ଜୋଡି କିମ୍ବା ଉପଯୁକ୍ତ ସମ୍ମାନ ଦେଇ ନିୟନ୍ତ୍ରଣ କରିହେବ।