କେନ୍ଦୁଝର,୧୯।୮(ସ୍ବ.ପ୍ର.): ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ତେବେ କେନ୍ଦୁଝର ଜିଲାରେ ପାସହାର ୬୫.୯୪ ପ୍ରତିଶତ ରହିଛି। ତେବେ ସ୍ଥାନୀୟ କେନ୍ଦୁଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବିଷ୍ଣୁ ପରିଡା ରାଜ୍ୟରେ ୧୩ ତମ ସ୍ଥାନ ଗ୍ରହଣ କରିଥିବା ବେଳେ ଜିଲା ଟପ୍ପର ହୋଇଛନ୍ତି। ସେ ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ସଫଳତା ପାଇଁ ବାପା ମା’ ଓ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି। ମନଦେଇ ପାଠ ପଢିଲେ ସବୁ କିଛି ସମ୍ଭବ ହୋଇଥାଏ ବୋଲି ସେ କହିଛନ୍ତି।