ଜାଣନ୍ତୁ ‘ସାବାସ ମିଠୁ’ର ବଜେଟକୁ ନେଇ କ’ଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ତାଙ୍କର ନୂଆ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ମିତାଲି ରାଜଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ‘ସାବାସ ମିଠୁ’ରେ ନଜର ଆସିବେ ତାପସୀ। ତାପସୀଙ୍କର ଫାଷ୍ଟ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି। ସାଉଥ୍‌ ପରେ ଏବେ ବଲିଉଡରେ ଜଲଓ୍ବା ଦେଖାଉଛନ୍ତି ଅଭିନେତ୍ରୀ।
ନିକଟରେ ଏକ ସାକ୍ଷାତକାରରେ ତାପସୀ ତାଙ୍କ ଫିଲ୍ମ ‘ସାବାସ ମିଠୁ’ର ବଜେଟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି, ବହୁତ ଫିଲ୍ମ ଅଛି ହେଲେ ପାଖରେ ସୁଯୋଗ ନାହିଁ। ‘ସାବାସ ମିଠୁ’ ମୋର ସବୁଠୁ ଅଧିକ ବଜେଟ ଫିଲ୍ମ ତଥାପି ଏହାର ବଜେଟ ଏ-ତାଲିକା ଅଭିନେତାଙ୍କ ଦରମା ସହିତ ସମାନ। ତାଙ୍କର ଦରମା ମୋର ପୁରା ଫିଲ୍ମର ବଜେଟ।

Share