ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଦର୍ଶ କ’ଣ କୁହନ୍ତି ଜାଣନ୍ତୁ

ଜୁନାଗଡ଼,୨୪।୧୦(ଡି.ଏନ୍‌.ଏ.): ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କଳାହାଣ୍ଡି ଜିଲା ଜୁନାଗଡ଼ ସହରର ଆଦର୍ଶ ସେଠୀ କୃତକାର୍ଯ୍ୟ ହୋଇଛନ୍ତି। ଆଦର୍ଶ ବରଗଡ଼ର ବିକାଶ ରେସିଡେଣ୍ଟାଲରୁ ଦଶମରେ ୯୭ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ପରେ ସେ ଭୁବନେଶ୍ୱରସ୍ଥିତ ଡିଏଭିରୁ ୯୭ ପ୍ରତିଶତ ନଂ. ରଖି ଯୁକ୍ତ ଦୁଇ ପାସ କରିଥିଲେ। ଲକଡାଉନ ଯୋଗୁ ଅନଲାଇନରେ ପଢି ନିଜକୁ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ। ସେ ନାଇଜରରେ ସର୍ବଭାରତୀୟ ସ୍ତରରେ ୨୦୨ ଓ କାଟାଗୋରୀ ୮୧ ର଼୍ୟାଙ୍କରେ ରହିଛନ୍ତି। ଏହା ସହ ନିଟ୍‌ରେ ସର୍ବଭାରତୀୟ ର଼୍ୟାଙ୍କ ୫୭୬୬ ଓ କାଟାଗୋରୀ ର଼୍ୟାଙ୍କ ୯୭ ରହିଛନ୍ତି। ତେବେ ସେ ଦିନକୁ ୧୦ ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ଆଦର୍ଶ ଜୁନାଗଡ଼ର ବସନ୍ତ ସେଠୀ ଓ ମମତା ସେଠୀଙ୍କ ପୁଅ । ଏହି ସଫଳତାର ଶ୍ରେୟ ବାପା ମା’, ଶିକ୍ଷକ ଓ ଗୁରୁଜନମାନଙ୍କୁ ଆଦର୍ଶ ଦେଇଛନ୍ତି।

Share