ଜାଣନ୍ତୁ କରୋନା ଟିକା ନେବା ପରେ କ’ଣ କରିବା ଉଚିତ୍‌

ନୂଆଦିଲ୍ଲୀ,୧୬।୧: ଏବେ କରୋନା ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଲଢ଼େଇ। ଦୀର୍ଘଦିନ ପ୍ରଚେଷ୍ଟା ପରେ ଶନିବାରଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ଟିକାକରଣ। ଟିକା ଆସିବା ପରେ ଲୋକେ ଆଶ୍ୱସ୍ତି ହୋଇଛନ୍ତି ସତ ମାତ୍ର ବୈଜ୍ଞାନିକଙ୍କ କହିବାନୁଯାୟୀ, ଟିକା ନେବା ପରେ ମଧ୍ୟ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ମାସ୍କ ପିନ୍ଧିବା ଜରୁରୀ ଅଟେ। ଏଥିପାଇଁ ବୈଜ୍ଞାନିକମାନେ ଏକ କାରଣ ମଧ୍ୟ ଦର୍ଶାଇଛନ୍ତି।
କାରଣ କରୋନା ମହାମାରୀ ବିରୋଧରେ ଟିକା ସୁରକ୍ଷିତ କି ନୁହେଁ, ବର୍ତ୍ତମାନ ସଠିକ୍‌ ଭାବେ ଜଣାପଡ଼ିନାହିଁ। ଏବେ ଆମେ ନିଶ୍ଚିତ ନୋହୁଁ ଯେ, ଟିକା ନେବା ପରେ ଲୋକଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବ କି ନାହିଁ ।

କାଲିଫର୍ନିଆ ୟୁନିଭରସିଟିର ୟୁରୋକୋମିଷ୍ଟ ଉମା କର୍‌ମାକର କହିଛନ୍ତି, ଲୋକଙ୍କୁ ନିଜ ଜୀବନକୁ ସରଳ କରିବା ପାଇଁ ଏତେ ସହଜ ନୁହେଁ। ଟିକା ନେବା ପରେ ଏହା ଧୀରେ ଧୀରେ କମିବ। ବିଶେଷଜ୍ଞମାନେ କୁହନ୍ତି, ଯେକୌଣସି ଟିକା ନେଲେ ବି ସାଧାରଣ ଭାବେ ଜ୍ୱର ହେବା କିମ୍ବା ବ୍ୟଥା ହୋଇଥାଏ। ତେବେ ଏଥିରେ ଆଦୌ ଭୟଭୀତ ହେବା ଉଚିତ୍‌ ନୁହେଁ। ସବୁ ଜିନିଷରେ ସଫଳତା ପାଇବାକୁ ହେଲେ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ।