ଜାଣନ୍ତୁ କଣ ମିଳିଲା ରତ୍ନଭଣ୍ଡାରରୁ

ପୁରୀ, ୧୯।୭: ରତ୍ନଭଣ୍ଡାରରୁ ଯୁଦ୍ଧ ସାମଗ୍ରୀ ମିଳିଛି। ଏହି ସାମଗ୍ରୀ ରାଜରାଜୁଡ଼ା ଅମଳର ବୋଲି ଜଣାପଡ଼ିଛି। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ  ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଅସ୍ପଷ୍ଟ ରହିଛି। ସାମଗ୍ରୀ କଳା ପଡ଼ିଯାଇଥିବାରୁ ଏହା କେଉଁ ଧାତୁରେ ତାହା ସ୍ପଷ୍ଟ ହୋଇପାରିନାହିଁ।

ସୂଚନାଯୋଗ୍ୟ,   ଗୁରୁବାର ଜଷ୍ଟିସ ରଥ ବଡ଼ ସୂଚନା ଦେଇଥିଲେ। ସେ କହିଥିଲେ, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ। ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ। କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିନଥିଲା।

ବିଶ୍ବନାଥ ରଥ ଆହୁରି କହିଥିଲେ, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁନି। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ । ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା। ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଛି।

ଏଥିସହ ଜଷ୍ଟିସ ରଥ କହିଥିଲେ, ରତ୍ନଭଣ୍ଡାରରେ କଣ ଅଛି କାହାକୁ କୁହାଯିବ ନାହିଁ। ଆପଣଙ୍କ ଘରେ କ’ଣ ଅଳଙ୍କାର ଅଛି, ଆପଣ କାହାକୁ କହିନଥାନ୍ତି। ସେମିତି ମହାପ୍ରଭୁଙ୍କର କ’ଣ ଅଳଙ୍କାର ଅଛି, ତାକୁ ପ୍ରକାଶ କରିବୁ ନାହିଁ। ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ। ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ।

ଏପଟେ ବାହାରକୁ ବାହାରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ,ସମସ୍ତଙ୍କ ପାଇଁ ଖୁସି ଖବର । ସୁରୁଖୁରୁରେ ଭିତର ଭଣ୍ଡାର ଅଳଙ୍କାରର ସ୍ଥାନାନ୍ତର ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ

ପଦ୍ମପୁର,୧୫।.୪ (ପ୍ରଦୀପ୍ତ ଦାଶ) ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଆ ନବ ବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମତ୍ସବ ଅବସରରେ ବରଗଡ଼ ଜିଲା ପଦ୍ମପୁର...

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪:ସ KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

ଖାର୍ଗେଙ୍କ ସହ ବୈଠକରେ ବସିଲେ ରାହୁଲ-ତେଜସ୍ବୀ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ, ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ କଂଗ୍ରେସର ନେତାମାନଙ୍କର ଏକ...

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ବଢିଲା ହୋମଗାର୍ଡ ପଦବୀ: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅତିରିକ୍ତ ୨,୫୦୦ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image