ଦ୍ୱିତୀୟ ଡୋଜ୍‌ ନେବେ କେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍‌ କେବେ ନେବେ ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଜାତୀୟ ଟାସ୍କ୍‌ ଫୋର୍ସ ସଦସ୍ୟ ତଥା ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଗଗନଦୀପ୍‌ କଙ୍ଗ୍‌ କହିଛନ୍ତି ଯେ, ପ୍ରଥମ ଡୋଜ୍‌ ଟିକା ନେବାର ୨୮ ଦିନ ପରେ ଅବା ୬ ସପ୍ତାହ ଅବା ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାର ଆବଶ୍ୟକତା ରହିଛି। ପ୍ରଥମ ଡୋଜ୍‌ ଶରୀରରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡ଼ି ସୃଷ୍ଟି ହେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସେହିପରି ଦ୍ୱିତୀୟ ଡୋଜ୍‌ ନେବା ଦ୍ୱାରା ଶରୀରରେ ଅଧିକ ସଂଖ୍ୟକ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଯାହାଦ୍ୱାରା କରୋନା ଭୂତାଣୁର ମୁକାବିଲା କରିବା ସହଜ ହୋଇପାରିଥାଏ ବୋଲି ସେ କହିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଟିକାର ଦ୍ୱିତୀୟ ଡୋଜ୍‌ ନ ନେଇପାରିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ପରେ ଏହାକୁ ନେଇ ପାରିବେ କିନ୍ତୁ ଏହାକୁ ନିଶ୍ଚିତ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଟିକା ନେବା ପରେ ସଂକ୍ରମିତ ହୋଇଥିବା ଲୋକେ ସୁସ୍ଥ ହେବାପରେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ ବୋଲି ସେ ପ୍ରକାଶ କରିଛନ୍ତି।

Share