Posted inଫୁରସତ

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ ଜାଣି ନ ଥିବେ। ଜାଣନ୍ତୁ ଏ ସମ୍ପର୍କରେ…

ମନମୋହନ ସିଂଙ୍କ ଶିକ୍ଷାଗତ ଯୋଗ୍ୟତା:

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହେଉଛନ୍ତି ଜଣେ ଉଚ୍ଚଶିକ୍ଷିତ। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୧୯୫୭ରେ କେମ୍ବ୍ରିଜ ୟୁନିଭର୍ସିଟିର ସେଣ୍ଟ ଜନ୍‌ କଲେଜରୁ ଇକୋନୋମିକ୍ସ ଟ୍ରିପୋ ସମାପ୍ତ କରିଥିଲେ ଏବଂ ୧୯୬୦ରେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

Sardar Patel row: PM gives Modi a taste of his own medicine – Firstpost

ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା:

How many people work at PM Modi's office? This is what PMO said in RTI reply - India Today
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପିଲାଦିନେ ସେ ଭଦନଗର ରେଳ ଷ୍ଟେଶନରେ ଚା’ଷ୍ଟଲ ଚଳାଉଥିବା ପିତାଙ୍କୁ ସାହାଯ୍ୟ କରୁଥିଲେ। ପରେ ସେ ଏବଂ ତାଙ୍କ ଭାଇ ଏକ ବସ୍‌ ଟର୍ମିନାଲ୍‌ରେ ନିଜେ ଏକ ଚା’ ଷ୍ଟଲ ଚଳାଉଥିଲେ। ୧୯୭୮ରେ ମୋଦି ବିଏ ପାସ୍‌ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଓପନ ଲର୍ନିଂରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରି ତୃତୀୟ ଶ୍ରେଣୀରେ ସ୍ନାତକ ହାସଲ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତା:

Rahul Gandhi - YouTube
କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ପ୍ରାଥମିକ ଶିକ୍ଷା ଦିଲ୍ଲୀର ସେଣ୍ଟ କଲମ୍ବସ ସ୍କୁଲରୁ ଗ୍ରହଣ କରିଥିଲେ। ଏହା ପରେ ତାଙ୍କୁ ସମ୍ମାନଜନକ ଦ ଡୁନ ସ୍କୁଲ, ଦେହରାଡୁନରେ ଭର୍ତ୍ତି କରାଯାଇଥିଲା। ରାହୁଲ ଫ୍ଲୋରିଡାର ସମ୍ମାନଜନକ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ରୋଲିନ୍ସ କଲେଜରୁ ସ୍ନାତକ ହାସଲ କରିଥିଲେ। ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଏମ୍‌.ଫିଲ ଡିଗ୍ରୀ ହାସଲ କରିଛନ୍ତି। ତେଣୁ ରାହୁଲ ଜଣେ ଉଚ୍ଚଶିକ୍ଷିତ ରାଜନେତା।

ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ରାହୁଲଙ୍କୁ ୧୪ ବର୍ଷ ହୋଇଥିଲା। ସେ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସାତ ବର୍ଷ ପରେ ଅର୍ଥାତ୍‌ ୧୯୯୧ରେ ଯେତେବେଳେ ସେ କଲେଜରେ ପଢୁଥିଲେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଏହି ଦୁଇଟି ହତ୍ୟା ସମଗ୍ର ଗାନ୍ଧୀ ପରିବାରକୁ ଥରାଇ ଦେଇଥିଲା। ସୁରକ୍ଷା କାରଣରୁ ରାହୁଲଙ୍କୁ ଦେଶ ବାହାରକୁ ପଠାଯାଇଥିଲା।

ଶାହାଙ୍କ ଶିକ୍ଷାଗତ ଯୋଗ୍ୟତା:

Newsmaker | 3 Bills, G-20 Security, J&K's 'Achhe Din': Amit Shah Read About Chanakya at 9 & Became One - News18
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୋର୍‌ଦାର ରାଜନୀତି ପ୍ରଚାର କରୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ…
ରାଜନୀତିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ମେହସାନା ବିଦ୍ୟାଳୟରେ ତାଙ୍କର ପ୍ରାଥମିକ ଶିକ୍ଷା କରିଥିଲେ। ଏହା ପରେ ସେ ଅହମ୍ମଦାବାଦ ଯାଇ ସିୟୁ ଶାହା ସାଇନ୍ସ କଲେଜରେ ବାୟୋକେମିଷ୍ଟ୍ରି ଅଧ୍ୟୟନ କରିଥିଲେ। ସେ ବାୟୋ କେମେଷ୍ଟ୍ରିରେ ବିଏସ୍‌ସି ଡିଗ୍ରୀ ହାସଲ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ଶିକ୍ଷାଗତ ଯୋଗ୍ୟତା:


ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡେରାଡୁନର ଓ୍ବେଲ୍‌ହମ ବୟଜ ସ୍କୁଲ ଏବଂ ପରେ ଡୁନ୍‌ ସ୍କୁଲରେ ଅଧ୍ୟୟନ ଶେଷ କରିଥିଲେ। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

କାର୍ତ୍ତିକ ପାଣ୍ଡିଆନଙ୍କ ଶିକ୍ଷାଗତ ଯୋଗ୍ୟତା:

Odisha | Odisha Chief Minister Naveen Patnaik's close aide V Karthikeyan Pandian joins ruling Biju Janata Dal - Telegraph India
ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟ (ମଦୁରାଇ କ୍ୟାମ୍ପସ)ରୁ କୃଷି କ୍ଷେତ୍ରରେ ସ୍ନାତକ ଡିଗ୍ରୀ ସମାପ୍ତ କରିଥିଲେ ଏବଂ ପରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ପୁସା, ନୂଆଦିଲ୍ଲୀରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୨୦୦୦ରେ ସେ ପଞ୍ଜାବ କ୍ୟାଡରରେ ଆଇଏସ୍‌ (ଭାରତୀୟ ପ୍ରଶାସନିକ ସେବା) ଅଧିକାରୀ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri