Categories: ଖେଳ

ଟି-୨୦ ବିଶ୍ୱକପ୍‌ରେ କେଉଁ ଦଳକୁ ମିଳିଲା କେତେ ଟଙ୍କା, ଜାଣନ୍ତୁ

ମେଲବୋର୍ନ,୧୪।୧୧: ଟି-୨୦ ବିଶ୍ୱକପ ୨୦୨୨ର ଅନ୍ତିମ ମ୍ୟାଚ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତିବା ପରେ ଟାଇଟଲ ଜିତିଥିବା ଇଂଲଣ୍ଡ ଦଳ ୧.୬ ମିଲିୟନ ଡଲାର୍‌ (ପ୍ରାୟ ୧୩.୦୫ କୋଟି ଟଙ୍କା) ପାଇଛି। ଏଥି ସହିତ ଫାଇନାଲରେ ହାରିଥିବା ପାକିସ୍ତାନ ଦଳ ସେମାନଙ୍କ ସହ ୮୦୦,୦୦୦ ଡଲାର (ପ୍ରାୟ ୬.୫୨ କୋଟି ଟଙ୍କା) ନେଇଥିଲେ। ଏହା ବ୍ୟତୀତ ଆଇସିସି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା କରିଛି। ଟୁର୍ନାମେଣ୍ଟର ଖେଳାଳିଠାରୁ ଆରମ୍ଭ କରି ପ୍ରତ୍ୟେକ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା।
ଟି-୨୦ ବିଶ୍ୱକପ ପାଇଁ ମୋଟ ପୁରସ୍କାର ରାଶି ହେଉଛି ୫.୬ ମିଲିୟନ ଡ଼ଲାର (ପ୍ରାୟ ୪୫.୬୮ କୋଟି ଟଙ୍କା। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳକୁ ପୁରସ୍କାର ରାଶି ଭାବରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଦିଆଯାଏ। ପ୍ରଥମ ରାଉଣ୍ଡରେ ବାଦ୍‌ ପଡିଥିବା ଦଳଗୁଡିକ ମଧ୍ୟ ୪୦,୦୦୦ ଡଲାର୍‌ (ପ୍ରାୟ ୩୨.୬୩କ୍ଷ ଟଙ୍କା) ଦିଆଯାଇଛି।
ସେମିଫାଇନାଲରେ ହାରିଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ୪୦୦,୦୦୦ ଡଲାର (ପ୍ରାୟ ୩.୬ କୋଟି ଟଙ୍କା) ପାଇଥିଲେ। ଏହି ବିଶ୍ୱକପ୍‌ରେ ଭାରତୀୟ ଦଳ ପାଖାପାଖି ୪.୫୬ କୋଟି ଟଙ୍କା ପାଇଛି। ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିଲା ଏଥିପାଇଁ ଭାରତ ୩.୬ କୋଟି ଟଙ୍କା ପାଇଛି। ଏଥିସହ ସୁପର-୧୨ ରାଉଣ୍ଡରେ ଭାରତ ଚାରିଟି ମ୍ୟାଚ ଜିତିଛି ଏବଂ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ଟିମ ଇଣ୍ଡିଆ ପ୍ରାୟ ୩୨.୬୨ ଲକ୍ଷ ଟଙ୍କା ପାଇଛି। ଏହି ପରିପ୍ରେକ୍ଷୀରେ ଭାରତ ପ୍ରାୟ ୪.୫୬ କୋଟି ଟଙ୍କା ପାଇଛି।
ସୁପର-୧୨ ପର୍ଯ୍ୟାୟରେ ହଟାଯାଇଥିବା ଆଠଟି ଦଳ ୭୦,୦୦୦ ଡଲାର (ପ୍ରାୟ ୫୭.୦୮ ଲକ୍ଷ ଟଙ୍କା) ପାଇଥିଲେ। ସୁପର-୧୨ ପର୍ଯ୍ୟାୟରେ ପ୍ରଥମ ଗ୍ରୁପରୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଆୟାର୍ଲାଣ୍ଡ ଏବଂ ଶ୍ରୀଲଙ୍କାକୁ ହଟାଇ ଦିଆଯାଇଥିଲା। ଏଥି ସହିତ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ ଏବଂ ଜିମ୍ବାୱେ ଦଳଗୁଡିକ ଦ୍ୱିତୀୟ ଦଳରୁ ବାଦ ପଡିଥିଲେ।

Share