ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ: ଜାଣନ୍ତୁ କିଏ ହେଲେ ବାଲେଶ୍ୱର ଜିଲାର ଟପ୍ପର

ବାଲେଶ୍ୱର ଅଫିସ,୧୯।୮: ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବାଲେଶ୍ୱର ଜିଲାର ୬୫.୯୪ ପ୍ରତିଶତ ପାସହାର ରହିଛି। ତେବେ ସୋର ମହାବିଦ୍ୟାଳୟର ଛାତ୍ର ଆଶୁତୋଷ ମହାନ୍ତି ଜିଲାରେ ସର୍ବାଧିକ ୫୪୨ ନଂ. ରଖି ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ଜିଲାର ମୋଟ ୧୨୭୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୭୨ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୩୨୭, ଦ୍ବିତୀୟ ଶ୍ରେଣୀରେ ୨୨୦, ତୃତୀୟ ଶ୍ରେଣୀରେ ୪୧୯ ଏବଂ କମ୍ପାଟମେଣ୍ଟାଲରେ ୬ ଜଣ ପାସ କରିଛନ୍ତି।

Share