ଆସିଲା ଖୁସିଖବର: ଜାଣନ୍ତୁ କେଉଁମାନେ ସାମିଲ ହେବେ ହେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ

ଭୁବନେଶ୍ୱର,୬।୭: କୃଷକଙ୍କ ପାଇଁ ଆସିଲା ଖୁସିଖବର। କୃଷକ ଭାଇ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଯୋଗ୍ୟ କାଳିଆ ହିତାଧିକାରୀ ସାମିଲ ହେବେ । କୃଷି ବିଭାଗର ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏନେଇ ସୂଚନା ଦେଇଛନ୍ତି ।
ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ଚାଷୀଙ୍କ ପାଇଁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର। ପ୍ରତିଷ୍ଠା ହେବ ସବ-ଡିଭିଜନ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷି ନୀତିକୁ ତୁରନ୍ତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।