ଜାଣନ୍ତୁ କାହିଁକି ଓମିକ୍ରନ ମାରାତ୍ମକ

କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଭୂତାଣୁର ସଂକ୍ରମଣକୁ ନେଇ ଲଗାତର ଭୟଙ୍କର କଥା ସବୁ ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ମେଡାନ୍ତାର ଚେୟାରମ୍ୟାନ୍‌ ଡ. ନରେଶ ତ୍ରେହାନ ଏହି ଭାଇରସ୍‌କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ଡ. ତ୍ରେହାନ କୁହନ୍ତି, ଓମିକ୍ରନ ଭାରିଆଣ୍ଟର ଟ୍ରାନ୍ସମିଶନ ରେଟ୍‌ ଗତଥରର ସବୁ ଭାରିଆଣ୍ଟଠାରୁ ଅଧିକ। ଭାରତରେ ପ୍ରଥମ ଲହରରେ ଆଲ୍‌ଫା ଭାରିଆଣ୍ଟ ଆସିଥିଲା। ଯେଉଁଥିରେ ଜଣେରୁ ଦୁଇ ଜଣ ଲୋକଙ୍କୁ ସଂକ୍ରମିତ କରୁଥିଲା। ଏହା ପରେ ଦ୍ୱିତୀୟ ଲହରରେ ଡେଲ୍‌ଟା ଭାରିଆଣ୍ଟ ଆସିଥିଲା। ଯାହାର ଟ୍ରାନ୍ସମିଶନ ରେଟ୍‌ ୬.୫ ଥିଲା। ଯାହା ପ୍ରଥମ ଲହରଠାରୁ ୩ ଗୁଣ ଅଧିକ ଥିଲା। ଏବେ ନୂଆ ଭାରିଆଣ୍ଟ ଓମିକ୍ରନର ଟ୍ରାନ୍ସମିଶନ ରେଟ୍‌ ୧୨ରୁ ୧୮। ଏହା ଡେଲ୍‌ଟା ଭାଇରସଠାରୁ ୩ ଗୁଣ ଅଧିକ ତୀବ୍ର ବେଗରେ ସଂକ୍ରମିତ କରିଥାଏ।
ଲୋକ ଏହି କଥାକୁ ନେଇ ଖୁବ୍‌ ଚିନ୍ତିତ ଅଛନ୍ତି।

କରୋନାର ନୂଆ ଭାରିଆଣ୍ଟ କେତେ ମାରାତ୍ମକ ଏହାର ଉତ୍ତରରେ ଡା. ତ୍ରେହାନ କହିଛନ୍ତି, ଦୁଇ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ଓମିକ୍ରନର ଭୟଙ୍କର ଲକ୍ଷଣ ଦେଖାଯାଏନାହିଁ। ଏହିପରି ରୋଗୀମାନଙ୍କୁ ଆଡମିଟ୍‌ କରିବାର କୌଣସି ଆବଶ୍ୟକତା ନାହିଁ। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଓମିକ୍ରନ ଭୟ ଅଧିକ। ଭୂତାଣୁ ତାଙ୍କୁ ଶୀଘ୍ର ସଂକ୍ରମିତ କରିବ। ଏମାନଙ୍କଠାରେ ଭୟଙ୍କର ଲକ୍ଷଣ ଦେଖାଯାଏ। ଜୀବନ ପ୍ରତି ବିପଦ ମଧ୍ୟ ଅଧିକ। ବର୍ତ୍ତମାନ ସୁଦ୍ଧା ୧୨୫ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଲେଣି।

Share