ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି, ସେମାନଙ୍କୁ ଦେଖି, ଦର୍ଶକ ଖୁସି ହୋଇଥାନ୍ତି। ଏପରି ଅନେକ ଯୋଡି ଅଛନ୍ତି ଯେଉଁମାନଙ୍କ ରୋମାନ୍ସ ସିନ ପାଇଁ ଦର୍ଶକ ପାଗଳ। ତଥାପି, ବଲିଉଡରେ କିଛି ତାରକା ଏପରି ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ ପରଦାରେ ରୋମାନ୍ସ କରିଥିବା କେବେବି ଦେଖିବାକୁ ମିଳି ନ ଥିାଏ। ସେମାନଙ୍କ ମଧ୍ୟରୁ ରଣବୀର କପୁର ଓ ସୋନମ କପୁର ଅନ୍ୟତମ।
ରଣବୀର ଅନେକ ବଲିଉଡ ସୁନ୍ଦରୀଙ୍କ ସହ ପରଦାରେ ରୋମାନ୍ସ କରିଛନ୍ତି। କିନ୍ତୁ ସେ ସୋନମଙ୍କ ସହ କଦାପି ରୋମାନ୍ସ କରିପାରିବେ ନାହିଁ । ବାସ୍ତବରେ ଅନିଲ କପୁର ସମ୍ପର୍କରେ ରଣବୀରଙ୍କ ଅଙ୍କଲ। ଏହି ଅର୍ଥରେ ସୋନମ କପୁର ତାଙ୍କର ଭଉଣୀ । ଏହି କାରଣରୁ ରଣବୀର ଏବଂ ସୋନମଙ୍କୁ ଫିଲ୍ମରେ ରୋମାନ୍ସ ସିନ୍ କରିବାର ନ ଜର ଆସି ନ ଥାନ୍ତି।