ଭଦ୍ରକ ଅଫିସ,୮।୮: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି l ଜଣେ କାର୍ଯ୍ୟରତ ଡାକ୍ତର କୋରୋନା ପଜିଟିଭ୍ ଚିହ୍ନଟ ପରେ ମୁଖ୍ୟ ଚିକିତ୍ସାଳୟରେ ଏହି ସେବାକୁ ବନ୍ଦ ରଖାଯାଇଥିବା ସିଡିଏମଓ ଡ. ସନ୍ତୋଷ କୁମାର ପାତ୍ର ସୂଚନା ଦେଇଛନ୍ତି l ଓପିଡିରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବା ଲାଗି ବ୍ୟବସ୍ଥା ହୋଇଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଓପିଡିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ପୂର୍ବପରି ରୋଗୀମାନଙ୍କୁ ସେବା ପ୍ରଦାନ କରାଯିବ l
Posted inଆମ ଜିଲା ଖବର, ଭଦ୍ରକ