ଖୋର୍ଦ୍ଧା ଅଫିସ,୧୭।୮: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଉପଜିଲାପାଳ ଅଶୋକ ବେହୁରିଆ ସୋମବାର ସକାଳ ୭ଟାରୁ ୨୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଡ଼ବେରଣା ଗ୍ରାମକୁ ୭୨ଘଣ୍ଟା କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଗ୍ରାମବାସୀଙ୍କ ସୁରକ୍ଷା ଓ ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳକୁ କଣ୍ଟେଟମେଣ୍ଟ ଘୋଷଣା କରାଯାଇଥିବା ସେ କହିଛନ୍ତି । ଆବଶ୍ୟକୀୟ ସାମଗ୍ରୀକୁ ବାଦ ଦେଇ୍ ଏହି ଅଞ୍ଚଳରେ ସମସ୍ତ ଦୋକାନ ବନ୍ଦ ରହିବ। ଜରୁରୀ କାର୍ଯ୍ୟ ବ୍ୟତୀତ ଗ୍ରାମବାସୀ ଘରୁ ପଦାକୁ ବାହାରିବେ ନାହିଁ। କିମ୍ବା ବାହାର ଲୋକ ଏହି ଅଞ୍ଚଳ କୁ ପ୍ରବେଶ କରିବେ ନାହିଁ । ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ସେବା ପ୍ରଦାନ କରାଯିବ ବୋଲି ଉପଜିଲାପାଳ କହିଛନ୍ତି।