ଜାଣିରଖନ୍ତୁ

କମ୍‌ ହାଇଟ୍‌ ଥିଲେ ବି ଆପଣ ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧିପାରିବେ। ତେବେ ଯେକୌଣସି ପ୍ରକାରର ଡ୍ରେସ ପିନ୍ଧିଲେ ଆପଣ ଭର୍ଟିକାଲ୍‌ ଷ୍ଟ୍ରାଇପ୍‌ ଥିବା ଡ୍ରେସ ପିନ୍ଧନ୍ତୁ। ଏହି ପ୍ରକାରର ଜିନ୍ସ ପ୍ଟାଣ୍ଟ, ଡ୍ରେସ୍‌, ସ୍କର୍ଟ, ଡ୍ରେସ୍‌ ଆଦି ପିନ୍ଧିପାରିବେ।
ଗୋଡ଼କୁ ଲମ୍ବା ଦେଖାଇବାକୁ ଚାହୁଁଥିଲେ ହାଇ ୱେଷ୍ଟ ବଟମ୍ସ ପିନ୍ଧନ୍ତୁ। ଏହା ସହିତ କ୍ରପ ଟପ୍‌ ସହିତ ପିନ୍ଧନ୍ତୁ।
ସ୍ଲିଭ୍‌ ଲେସ୍‌ ଡ୍ରେସ୍‌ ଅଧିକ ପିନ୍ଧନ୍ତୁ। ଏହା ଆପଣଙ୍କ ହାତକୁ ଅଧିକ ଲମ୍ବା ଦେଖାଇବାରେ ସାହାଯ୍ୟ କରିବ। ସେହିପରି ଫୁଲ ହାତ ଡ୍ରେସ ବଦଳରେ ସ୍ଲିଭ୍‌ ହାତ ଡ୍ରେସ ବ୍ୟବହାର କରନ୍ତୁ।
କମ୍‌ ହାଇଟ୍‌ ଥିଲେ ଟର୍ଟଲ ନେକ୍‌ ଓ ବୋଟ୍‌ ନେକ୍‌ ଡ୍ରେସ ପିନ୍ଧନ୍ତୁ ନାହିଁ। ନେକ୍‌ ଲାଇନ୍‌ ଥିବା ଡ୍ରେସ ପିନ୍ଧନ୍ତୁ।
କ୍ୟାପ୍ରି ପିନ୍ଧନ୍ତୁ ନାହିଁ। ସ୍ଲିମ୍‌ ଓ ଫିଟିଙ୍ଗ୍‌ ଡ୍ରେସ ପିନ୍ଧନ୍ତୁ।
ଡାର୍କ କଲର୍‌ ଯେପରି କଳା, ଲାଲ୍‌, ପର୍ପଲ, ବ୍ରାଉନ୍‌ ଆଦି ରଙ୍ଗର ଡ୍ରେସରେ ଅଧିକ ଡେଙ୍ଗା ଓ ସ୍ଲିମ୍‌ ଦେଖାଯାନ୍ତି। ତେଣୁ ଏହି ରଙ୍ଗର ଡ୍ରେସ ଅଧିକ ପିନ୍ଧନ୍ତୁ।
ହେଭି କାମ ଥିବା ସିଲ୍କ ଏବଂ କାଞ୍ଜିବରମ୍‌ ଫେବ୍ରିକ୍‌ ପିନ୍ଧନ୍ତୁ ନାହିଁ। ଏହା ବଦଳରେ ଶିଫନ୍‌, ଜର୍ଜେଟ୍‌ କିମ୍ବା ଶିମର୍‌ ଭଳି ହାଲ୍‌କା ଫେବ୍ରିକ୍‌ର ଶାଢ଼ି ପିନ୍ଧନ୍ତୁ।- ସେହିପରି କୁର୍ତ୍ତା ପିନ୍ଧୁଥିଲେ ଲମ୍ବା କୁର୍ତ୍ତା ପିନ୍ଧନ୍ତୁ। ନେକ୍‌ ଷ୍ଟାଇଲ୍‌ ଚାଇନିଜ୍‌ କିମ୍ବା ବନ୍ଦ ବେକ ଭଳି ହୋଇଥିଲେ ଅଧିକ ଡେଙ୍ଗା ମନେହେବ।