Finding Aliens Location In 2024: ଏଲିଅନ ରହୁଥିବା ସ୍ଥାନର ସନ୍ଧାନରେ ନାସା…

ଓ୍ବାଶିଂଟନ,୨।୧ : ଏଲିଅନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କୁ ଦେଖିବାର ଅନେକ ଦାବି ରହିଛି। ଏହି ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ, କିନ୍ତୁ ଦାବି କରାଯାଉଛି ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ। ବିଶେଷଜ୍ଞମାନେ କହିଛନ୍ତି ସେମାନେ ରହୁଥିବା ସ୍ଥାନ ଖୋଜିବାରେ ଶୀଘ୍ର ସଫଳତା ମିଳିବ।

ଆମେରିକାର ରିପୋର୍ଟ ଅନୁଯାୟୀ ନାସାର ଗୋଡାର୍ଡ ସ୍ପେସ ଫ୍ଲାଇଟ ସେଣ୍ଟରର ବୈଜ୍ଞାନିକ ଡ ମିସେଲ ଥାଲର କହିଛନ୍ତି ମୁଁ ନିଶ୍ଚିତ ଯେ ଅନ୍ୟ ଗ୍ରହରେ ଜୀବନ ଖୋଜିବାରେ ଆମେ ସଫଳ ହେବୁ ଏବଂ ଶୀଘ୍ର ଏଲିଅନମାନେ ମଧ୍ୟ ଆବିଷ୍କୃତ ହେବେ। ଆମେ ସେମାନଙ୍କର ନିକଟତର ହେବାରେ ଲାଗିଛୁ। ନାସାର ପୂର୍ବତନ ବୈଜ୍ଞାନିକ ଏଲେନ ଷ୍ଟୋଫାନ ମଧ୍ୟ ସମାନ ଦାବି କରିଛନ୍ତି। ସେ କହିଛନ୍ତି ୨୦୨୫ ସୁଦ୍ଧା ଗ୍ରହମାନଙ୍କରେ ଜୀବନର ସଙ୍କେତ ମିଳିବ। ଏକ ରିପୋର୍ଟ ଅନୁଯାୟୀ, ସେ ୨୦୧୫ ରେ ଏକ ବୈଠକରେ ସେ କହିଥିଲେ ୧୦ ବର୍ଷ ମଧ୍ୟରେ ଆମେ ପୃଥିବୀ ବାହାରେ ଜୀବନ ପାଇବାକୁ ଆଶା କରୁଛୁ। ୧୦-୧୫ ବର୍ଷ ପରେ ଏହାର ଉପଯୁକ୍ତ ପ୍ରମାଣ ମଧ୍ୟ ଉପଲବ୍ଧ ହେବ ।

ଏହି ପ୍ରକଳ୍ପ ଅଧୀନରେ ପୃଥିବୀର ନିକଟତମ ୧,୦୦୦,୦୦୦ ତାରକା ଉପରେ ଗବେଷଣା କରାଯିବ। ଗାଲାକ୍ସି ସ୍କାନ କରାଯିବ। ଏଥିପାଇଁ ଏହିପରି ଯନ୍ତ୍ରପାତି ବ୍ୟବହାର କରାଯାଉଛି ଯାହା ଗୁପ୍ତ ସୂଚନା ଖୋଜିବା ପାଇଁ ବ୍ୟବହୃତ ଟେଲିସ୍କୋପ ଅପେକ୍ଷା ୫୦ ଗୁଣା ଅଧିକ ପ୍ରଭାବଶାଳୀ। ଏକ ରିପୋର୍ଟ ଅନୁଯାୟୀ, ଏନେଇ ୩୨୦୦ ମେଗାପିକ୍ସେଲ କ୍ୟାମେରା ବ୍ୟବହାର କରାଯିବ। ଅନୁମାନ କରାଯାଉଛି ୨୦୨୪ ମସିହାରେ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ଏଲିଅନଙ୍କୁ ଖୋଜିବାରେ ସଫଳ ହେବେ।

 

Share