ରାଜଧାନୀ ଉପକଣ୍ଠରୁ ପ୍ରାଚୀନ ସଭ୍ୟତାର ସନ୍ଧାନ

ଭୁବନେଶ୍ୱର(ବ୍ୟୁରୋ),୧୩।୮:ଭୁବନେଶ୍ୱର ଉପକଣ୍ଠ ହାଇଟେକ୍‌ ଛକଠାରୁ ୭ କିଲୋମିଟର ଦୂର କୁଆଖାଇ ନଦୀର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ବରିମୁଣ୍ଡ ଗ୍ରାମରୁ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି। ବରିମୁଣ୍ଡ ଗ୍ରାମର ଜଳଯୋଗାଣକେନ୍ଦ୍ର ନିକଟରେ ଏକ ପାଣିଟାଙ୍କି ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପାଣି ଟାଙ୍କିର ମୂଳଦୁଆ ତିଆରି ନିମନ୍ତେ ଖନନ କରିବା ସମୟରେ ସେଠାରୁ ବହୁପ୍ରାଚୀନ ମାଟିପାତ୍ର ମିଳିଛି। ଏହି ମାଟିପାତ୍ର ମଧ୍ୟରେ ନାଲି, କଳା, ଧୂସର ରଙ୍ଗର ଖପରା ଦେଖିବାକୁ ମିଳିଛି। ଏହାସହ ବହୁ ସଂଖ୍ୟାରେ ଗୋଲାକାର ପଥର ଏଠାରୁ ମିଳିଛି। କୁଆଖାଇ ନଦୀ ଅବବାହିକାରେ ଏଭଳି ପ୍ରାଚୀନ ସଭ୍ୟତାର ସନ୍ଧାନ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି।
ବରିମୁଣ୍ଡ ଏକ ପ୍ରାଚୀନ ସଂସ୍କୃତିସମ୍ପନ୍ନ ଗ୍ରାମ ହୋଇଥିବାବେଳେ ଏଠାରେ ଏକାଦଶ ଶତାବ୍ଦୀର ଲକ୍ଷେଶ୍ୱର ଶିବମନ୍ଦିର ରହିଛି। ମହାନଦୀ ଓ କାଠଯୋଡ଼ି ଅବବାହିକାରେ ପୂର୍ବରୁ ବହୁ ପ୍ରାଚୀନ ସହର ଓ ଗ୍ରାମାଞ୍ଚଳ ସଭ୍ୟତାର ସନ୍ଧାନ ମିଳିଥିଲା। ଏଗୁଡ଼ିକ ମଧ୍ୟରେ ଶିଶୁପାଳଗଡ଼ ଓ ତାଳପଡ଼ା ସହରୀ ସଭ୍ୟତା ହୋଇଥିବାବେଳେ ନରାଜ, ବିଦ୍ୟାଧରପୁର, କୋରକୋରା, ନଛିପୁର, କଲ୍ୟାଣପୁର ଗ୍ରାମାଞ୍ଚଳ ସଭ୍ୟତାର ନିଦର୍ଶନ। ଏହି ଗ୍ରାମାଞ୍ଚଳ ସଭ୍ୟତାଗୁଡ଼ିକ ବନ୍ୟା ଦ୍ୱାରା ଧ୍ୱଂସ ପାଇଥିବା ଆକଳନ କରାଯାଇଛି। ଏହି ସ୍ଥାନଗୁଡ଼ିକରେ ପ୍ରତ୍ନତାତ୍ତ୍ୱିକ ଅବଶେଷ ଉପରେ ୧ ରୁ ୨ ମିଟର ପର୍ଯ୍ୟନ୍ତ ବାଲି ମାଡ଼ିଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri