ମିଳିଲା ନର୍କର ସନ୍ଧାନ, ଗ୍ରହରେ ପାଦ ଦେଲେ ଜଳିଯିବ ମଣିଷ…

ଓ୍ବାଶିଂଟନ : ବୈଜ୍ଞାନିକମାନେ ମହାକାଶରେ ଏକ ଉତ୍ତପ୍ତ ଗ୍ରହର ଆବିଷ୍କାର କରିଛନ୍ତି। ଏହି ଗ୍ରହ ଆକାରରେ ପୃଥିବୀ ସହିତ ସମାନ। ଏହାର ଭୂପୃଷ୍ଠର ତାପମାତ୍ରା ଏତେ ଅଧିକ ଯେ ମଣିଷ ପାଦ ଦେବା ମାତ୍ରେ ପାଉଁଶ ହୋଇଯିବ। ଏହା ଯେଉଁ ତାରା ଚାରିପଟେ ଘୂରୁଛି ତାର ଅତି ନିକଟବର୍ତ୍ତୀ। ଫଳରେ ଏହି ଗ୍ରହର ତାପମାତ୍ରା ବହୁତ ଅଧିକ। ଏହାକୁ ନର୍କ ବୋଲି କୁହାଯାଉଛି। ନିକଟରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ଏହି ଗ୍ରହ ଉତ୍ତପ୍ତ ଲାଭା ସମୁଦ୍ର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ଏହାର ଭୂପୃଷ୍ଠର ତାପମାତ୍ରା ୨୦୦୦ଡିଗ୍ରୀ ସେଲସିୟସ। ବୈଜ୍ଞାନିକମାନେ ଏହି ଗ୍ରହର ନାମ ଜାନସେନ ରଖିଛନ୍ତି। ଏହା ଆମର ସୌର ମଣ୍ଡଳ ବାହାରେ ଥିବା ଏକ ଅଦ୍ଭୁତ ଗ୍ରହ ।

ଜ୍ୟୋତିର୍ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଗ୍ରହରେ ପ୍ରଚୁର ପରିମାଣରେ କାର୍ବନ ରହିଛି। ଫଳରେ ଏହି ଗ୍ରହ ଅମୂଲ୍ୟ ରତ୍ନରେ ପରିପୂର୍ଣ୍ଣ ହୋଇଥାଇପାରେ। ସେ କହିଛନ୍ତି ଯେ ପ୍ରବଳ ଚାପରେ କାର୍ବନ ହୀରାରେ ପରିଣତ ହେବାର ସମ୍ଭାବନାର ରହିଛି। ତେଣୁ ଏହାର ନାମ ହୀରା ଗ୍ରହ ବୋଲି ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି।

ଫ୍ଲାଟିରନ ଇନଷ୍ଟିଚ୍ୟୁଟ ସେଣ୍ଟର ଫର କମ୍ପ୍ୟୁଟେଶନ ଆଷ୍ଟ୍ରୋଫିଜିକ୍ସ (ସିସିଏ) ର ଗବେଷକ ଲିଲି ଜାଓ କହିଛନ୍ତି ଯେ ଆବିଷ୍କୃତ ହୋଇଥିବା ଅନ୍ୟ ଗ୍ରହମାନଙ୍କର କକ୍ଷପଥଗୁଡିକ ଏତେ ଭିନ୍ନ ଯେ ସେମାନେ ପୃଥିବୀ ନିକଟରେ କେବେ ବି ଯାଆନ୍ତି ନାହିଁ। ମାତ୍ର ଜାନସେନ ପୃଥିବୀ ଏବଂ ତାରା ମଧ୍ୟରେ ଗଲାବେଳେ ଆଲୋକର ମାପରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଏହା ଠିକ ପୃଥିବୀ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ସମୟରେ ଆଲୋକକୁ ଅବରୋଧ ପରି ଥିଲା।

 

Share