ବୁଗୁଡ଼ା,୨୫।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଅଞ୍ଚଳରେ ପୋଲିସ ପକ୍ଷରୁ ଗୁରୁବାର ଗାଡି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଅମାନିଆ ଗାଡି ଚାଳକଙ୍କଠାରୁ ଫାଇନ୍ ଆଦାୟ କରାଯାଇଛି। ବୁଗୁଡ଼ା ସହରର ବ୍ଲକ ଛକ , ବୁଦ୍ଧଖୋଲ ଛକ ଓ ମଦନ ମୋହନ ଛକଠାରେ କଡାକଡି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବିଶେଷ କରି ବାଇକ୍ରେ ଦୁଇରୁ ଅଧିକ ଆରୋହୀ, ନାବାଳକଙ୍କ ବାଇକ୍ ଚାଳନା ଏବଂ ଦ୍ରୁତ ଗାଡି ଚାଳକଙ୍କୁ ଧରପକଡ କରାଯାଇ ୪୦୦୦ ଟଙ୍କା ଆଦାୟ କରାଯାଇଥିଲା। ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ସମୀର କୁମାର ସେଠୀ ଓ ପିଏସଆଇ କାହ୍ନୁ ଚରଣ ବାରିକଙ୍କ ନେତୃତ୍ୱର ପୋଲିସ ଟିମ୍ ଯାଞ୍ଚରେ ସାମିଲ ଥିଲେ ।