ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଫାଇନ୍‌

ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରାଜନୈତିକ ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଏହାକୁ ବେଆଇନ ମାନିବା ସହ ସମ୍ପୃକ୍ତ କମ୍ପାନୀକୁ ଜରିମାନା ଦେବାକୁ ପଡ଼ିବ ବୋଲି ଆମେରିକାର ପ୍ରଥମ ରାଜ୍ୟଭାବେ ବିଲ୍‌ ଆଣିଛି ଫ୍ଲୋରିଡା। ଗତ ଜାନୁୟାରୀରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରତିବନ୍ଧକ ଲାଗିବା ପରେ ଫ୍ଲୋରିଡାର ରିପବ୍ଲିକାନ ଗଭର୍ନର ରୋନ୍‌ ଡି-ସାଣ୍ଟିସ୍‌ ସୋମବାର ଏ ସମ୍ପର୍କିତ ବିଲ୍‌ରେ ସ୍ବାକ୍ଷର କରିଛନ୍ତି। ୧୪ ଦିନରୁ ଅଧିକ ସମୟ ଧରି କୌଣସି ରାଜନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇପାରିବନି ବୋଲି ବିଲ୍‌ରେ ରହିଛି।

Share