Categories: ଜାତୀୟ

ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଦେବାକୁ ପଡିବ ଜରିମାନା

ଲକ୍ଷ୍ନୌ,୩ ।୯: ଉତ୍ତର ପ୍ରଦେଶରେ ଏବେ ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ପକାଇଲେ ଜରିମାନା ଦେବାକୁ ପଡିବ । ଯୋଗୀ ସରକାର ସହରକୁ ସଫା ସୁତୁରା ରଖିବାକୁ ନୂଆ ନିୟମକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିୟମ ଆଧାରରେ ଯଦି କେହି ଅଳିଆ ଆବର୍ଜନା କରୁଛନ୍ତି ତେବେ ତାଙ୍କୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ତର ପ୍ରଦେଶ ପ୍ରବନ୍ଧନ, ସଂଚାଳନ ଓ ସ୍ୱଚ୍ଛତା ନୀୟମାବଳୀ ୨୦୨୧କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ବି ଜରିମାନା ଦେବାକୁ ପଡିବ ।

Share