ଭୁବନେଶ୍ୱର,୨।୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ଚିହ୍ନଟ ହୋଇସାରିଛି। ଏନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି। ମାସ୍କ ଚେକିଂ କଡ଼ାକଡ଼ି କରିବା ସହ ଫାଇନ ଆଦାୟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ନାଇଟ କର୍ଫ୍ୟୁ ମଧ୍ୟ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଜନଗହଳି ସ୍ଥାନରେ ସାମାଜିକ ଦୂରତା ସୁନିଶ୍ଚିତ କରିବାକୁ ଜିଲାପାଳ କହିଛନ୍ତି।
ଓମିକ୍ରନ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ବୁଧବାର ମୁଖ୍ୟମନ୍ତ୍ରୀ ସବୁ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗୁରୁବାର ଖୋର୍ଦ୍ଧା ଜଲା ପ୍ରଶାସନ ପକ୍ଷର କରୋନା ଗାଇଡ୍ଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।