Categories: ଜାତୀୟ

ଛେପ ପକାଇଲେ ଲକ୍ଷେ ଟଙ୍କା ଜରିମାନା, ଭାରତ ମଣ୍ଡପମ୍‌ ପରିସର ପରିଷ୍କାର ପାଇଁ ଆଇଟିପିଓ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୧୦ : ନୂଆଦିଲ୍ଲୀରେ ନିର୍ମିତ ଭରେତ ମଣ୍ଡପମ୍‌ର ମହାନତା ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଇଣ୍ଡିଆନ ଟ୍ରେଡ ପ୍ରମୋଶନ ଅର୍ଗାନାଇଜେଶନ(ଆଇଟିପିଓ) ଦ୍ୱାରା କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ଏହାର ପରିସରରେ ଛେପ ପକାଇଲେ ନିୟମ ଉଲ୍ଲଂଘନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଏହା ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି।

ଏହା ସହିତ ମଣ୍ଡପମକୁ ଯେକୌଣସି ଇଭେଣ୍ଟରେ ସଜାଇବା ପାଇଁ କଡା ନିୟମ ମଧ୍ୟ କରାଯାଇଛି। ନିୟମ ଅନୁଯାୟୀ ଫୁଲ ଏବଂ ପତ୍ର ଲଗାଯାଇପାରିବ ନାହିଁ। ସେହିପରି ମଞ୍ଚ ଇତ୍ୟାଦି ପାଇଁ କୌଣସି ପ୍ରକାରର ଡ୍ରିଲିଂ କିମ୍ବା ୱେଲଡିଂ କରାଯାଇପାରିବ ନାହିଁ। ଯଦି କେହି ଫୁଲ ଏବଂ ପତ୍ର ଲଗାନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।

ସୂଚନାଯୋଗ୍ୟ, ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମର ଏକ ବିଶାଳ କମ୍ପ୍ଲେକ୍ସ ପ୍ରସ୍ତୁତ କରାଯାଇଛି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ମଧ୍ୟ ଦାବି କରାଯାଇଛି ୧୨୩ ଏକର ଜମିରେ ନିର୍ମିତ ଭାରତ ମଣ୍ଡପମ ହେଉଛି ବିଶ୍ୱର ସବୁଠାରୁ ମହାନ ସମ୍ମିଳନୀ କେନ୍ଦ୍ର। ଏହା କେତେକ ସର୍ବୋତ୍ତମ ଏବଂ ଉନ୍ନତ ଇଲେକ୍ଟ୍ରୋନିକ ଗ୍ୟାଜେଟ ସହିତ ସଜ୍ଜିତ। ନିକଟରେ ଏଠାରେ ଜି-୨୦ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆମେରିକା, ବ୍ରିଟେନ, ଇଟାଲୀ ଇତ୍ୟାଦି ଦେଶର ମୁଖ୍ୟମାନେ ଏଥିରେ ଭାଗ ନେଇଥିଲେ। ବର୍ତ୍ତମାନ ସଂଗଠନ ଏହାର ମହାନତା ବଜାୟ ରଖିବା ପାଇଁ ଏହି ନିୟମ ଜାରି କରିଛି ।

Share