ଦାରିଙ୍ଗବାଡିର ହୋଟେଲ, ରେଷ୍ଟୁରାଣ୍ଟରେ ଚଢ଼ାଉ: ଜରିମାନା ଆଦାୟ

ଦାରିଙ୍ଗବାଡି,୧୮।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ସୋମବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। କନ୍ଧମାଳ ଜଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍‌ ସମେତ ଦାରିଙ୍ଗବାଡି ପୋଲିସ ଅଧିକାରୀ ସୁବାଷ ଚନ୍ଦ୍ର ବାୟକ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।

ଚଢାଉ ବେଳେ ଅଧିକାରୀମାନେ ଏକାଧିକ ହୋଟେଲର ଲାଇସନ୍ସ ନ ଥିବା ଜାଣିବାକୁ ପାଇଛନ୍ତି। ଏପରିକି ହୋଟଲରେ ଥିବା ବାସିଖାଦ୍ୟକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ଏଥିସହ ହୋଟେଲ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନି ଦିଆଯାଇଛି। ଖବର ଲେଖିବା ସୁଦ୍ଧା ଏହି ଚଢ଼ାଉ ଜାରି ରହିଛି।

ପ୍ରକାଶ ଯେ, ଦାରିଙ୍ଗବାଡିକୁ ଏବେ ବିଭିନ୍ନ ଜିଲା ତଥା ରାଜ୍ୟରୁ ଶୀତର ମଜା ନେବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଏପରିକି ପର୍ଯ୍ୟଟକମାନେ ବଣଭୋଜି କରି ମଜା ନେଉଛନ୍ତି। କିଛି ପର୍ଯ୍ୟଟକ ସ୍ଥାନୀୟ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ଖାଦ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା ଓ ମୌଳିକ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ପର୍ଯ୍ୟଟକମାନେ ରାତି ଯାପନ କରୁଥିବା ଲଜ୍‌ଗୁଡିକୁ ବାରମ୍ବାର ଯାଞ୍ଚ କରାଯାଉଛି। ପର୍ଯ୍ୟଟକମାନେ କିଭଳି ସୁରକ୍ଷିତ ଖାଦ୍ୟ ପାଇବେ ଓ ସ୍ବଚ୍ଛତା, ଗୁଣବତ୍ତା ଖାଦ୍ୟ ପାଇବେ ଏନେଇ ଏହି ଚଢ଼ାଉ କରାଯାଉଥିବା ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଢାଉ ବେଳେ STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଲେ ଗଞ୍ଜେଇ ମାଫିଆ

ବୌଦ୍ଧ,୨୫।୩: ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣବେଳେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଚଢାଉ କରିଥିବା STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ...

ଦଳିତ ପରିବାର ଗାଁରୁ ବିତାଡିତ ଘଟଣା: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା

ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ): ଗତ ୨୦୦୦ ମସିହାରେ ଜାତିଗତ ଘୃଣା କାରଣରୁ ଆସିକା ବ୍ଳକ ବାଲିଛାଇ ଗ୍ରାମର ୫୦ରୁ ଉଦ୍ଧର୍‌ବ ଦଳିତ ପରିବାର ଗାଁରୁ ବିତାଡିତ...

ଆସନ୍ତା ମାସରୁ କେନ୍ଦୁଝରରେ କାର୍ଯ୍ୟକ୍ଷମ ହେବ କର୍କଟ ହସ୍ପିଟାଲ

କେନ୍ଦୁଝର,୨୫ା୩: କେନ୍ଦୁଝର ଜିଲାରେ ଥିବା ବହୁ ପ୍ରତୀକ୍ଷିତ କର୍କଟ ହସ୍ପିଟାଲ୍ ବର୍ତ୍ତମାନ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୨୦୨୫ ଏପ୍ରିଲ୍ ମାସରୁ କାର୍ଯ୍ୟକ୍ଷମ ହେବ...

ଭାର୍ଗବୀରେ ଭାସୁଛି ମୃତଦେହ

ନିମାପଡ଼ା,୨୫।୩: ପୁରୀ ଜିଲା ନିମାପଡ଼ା ମୁଖ୍ୟ ରାସ୍ତା ଭାର୍ଗବୀ ନଦୀ ବ୍ରିଜ ତଳେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ହତ୍ୟା ପରେ...

ଘରୁ ୨୦ହଜାର ଟଙ୍କା ନେଇ ପ୍ରେମିକ ସହ ଫେରାର ଥିଲେ ଯୁବତୀ, ଜଙ୍ଗଲରେ ଯାହା ହେଲା ଦେଖି ସମସ୍ତଙ୍କ ଉଡିଲା ହୋସ

ବୁର୍ଲା,୨୫।୩: ପଶ୍ଚିମ ଓଡ଼ିଶାରୁ ଏକ ଚମକିବା ଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲାରେ, ମାର୍ଚ୍ଚ ୨୦ ତାରିଖରୁ ନିଖୋଜ ଥିବା ଜଣେ ୧୭ ବର୍ଷୀୟା...

ନନ୍ଦନକାନନ ଗେଟ ଆଗରେ ଅସ୍ଥାୟୀ କର୍ମଚାରୀମାନଙ୍କ ଧାରଣା

ବାରଙ୍ଗ,୨୫।୩(ଲିଙ୍ଗରାଜ ରାଉତ): ମଙ୍ଗଳବାର ସକାଳୁ ନନ୍ଦନକାନନରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ(ଆଉଟ ସୋର୍ସିଂ)ମାନେ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି। ସଂଘର ସଭାପତି ଜୟନ୍ତ କୁମାର ରାଉତରାୟଙ୍କ...

ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା: ଘରେ ପଶି ନେଇଗଲେ ଦୁର୍ବୃତ୍ତ

ସାଲେପୁର,୨୫।୩: କଟକ ଜିଲା ଜାହାଙ୍ଗୀରାବାଦ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବିଜୟ ମହାନ୍ତିଙ୍କ ଘରେ ପଶି ଘରୁ ନଗଦ ୩୦ ଲକ୍ଷ...

ଯୁବକଙ୍କ ମୃତ ଦେହ ଜବତ: ହତ୍ୟା ଅଭିଯୋଗରେ ୫ଅଟକ

ଲୋଇସିଂହା,୨୫।୩(ସୁଶାନ୍ତ ବାରିକ): ମଙ୍ଗଳବାର ସକାଳେ ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଜବତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image